Latest Odisha News

BREAKING NEWS

ଆଜି ସ୍ମାର୍ଟ ସ୍ୱାସ୍ଥ୍ୟ ସେବା ତାଲିକାରେ ଯୋଡ଼ି ହେବ ଅନୁଗୁଳ ଓ ଢ଼େଙ୍କାନାଳ

ଭୁବନେଶ୍ୱର: ଆଜି ଅନୁଗୋଳ ଓ ଢ଼େଙ୍କାନାଳ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ଜିଲ୍ଲାବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯିବ । ଅନୁଗୁଳ ଜିଲ୍ଲାର ମୁଖ୍ୟ ଷ୍ଟାଡ଼ିୟମ ପଡ଼ିଆ ଓ ଢ଼େଙ୍କାନାଳ ମିନି ଷ୍ଟାଡ଼ିୟମରେ ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ଯୋଗଦେବେ ।

ଅନୁଗୁଳ ଜିଲ୍ଲାରେ ପ୍ରାୟ ୩୫୦ଜଣ ହିତାଧିକାରୀଙ୍କୁ ମଞ୍ଚରେ ସ୍ମାର୍ଟ କାର୍ଡ଼ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ସ୍ମାର୍ଟ କାର୍ଡ଼ ଦ୍ୱାରା ଉପକୃତ ହେବେ ଜିଲ୍ଲାର ମୋଟ୍ ୯ଲକ୍ଷ ହିତାଧିକାରୀ । ଜିଲ୍ଲାରେ ପ୍ରଥମ କରି ନିର୍ମାଣ ହୋଇଥିବା ହେଲଥ୍ କରିଡ଼ର ମଧ୍ୟ ଉଦଘାଟନ ହେବ । ଏଥିରେ ବହୁ ଆକର୍ଷଣୀୟ କାରୁକାର୍ଯ୍ୟ ରହିଛି । ସେହିଭଳି ଜିଲ୍ଲାର ୧ହଜାର ୧୭୬କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିବେ।

ଅନୁଗୁଳ କାର୍ଯ୍ୟକ୍ରମ ସାରିବା ପରେ ଢ଼େଙ୍କାନାଳ ଯିବେ ମୁଖ୍ୟମନ୍ତ୍ରୀ । ମିନି ଷ୍ଟାଡ଼ିୟମରେ ସ୍ମାର୍ଟ ହେଲଥ କାର୍ଡ଼ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ୮ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲା ପ୍ରଶାସନ ତରଫରୁ ଏନେଇ ବିଭିନ୍ନ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.