Latest Odisha News

ସୁଧୁରୁନି ଆନ୍ଧ୍ର; କୋଟିଆରେ ପୁଣି ମାରିଲା ଷ୍ଟିକର୍‌

ପଟାଙ୍ଗି: ପୁଣି କୋଟିଆରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଆଜି କୋଟିଆ ପଞ୍ଚାୟତର କିଛି ଘରେ ଆନ୍ଧ୍ର ‌ପକ୍ଷରୁ ଷ୍ଟିକର୍‌ ଲାଗିଛି । ତେବେ ଏହି ଷ୍ଟିକରରେ କଣ ଲେଖାଯାଇଛି ଆଉ କେଉଁ ଉଦ୍ଦେଶ୍ୟରେ ଏହା ଲଗାଯାଇଛି ତାହା ଜଣାପଡିନାହିଁ ।

ଯଦି ଦେଖାଯାଏ ଓଡ଼ିଶା ଓ ଆନ୍ଧ୍ରରେ ସରକାର ବଦଳିଛି । ବର୍ତ୍ତମାନ ଓଡିଶାରେ ବିଜେପି ସରକାର ଥିବା ବେଳେ ଆନ୍ଧ୍ରରେ ମଧ୍ୟ ବିଜେପି ମେଣ୍ଟ ସରକାର ରହିଛି । ଏହା ସତ୍ତ୍ବେ ମଧ୍ୟ କୋଟିଆରେ ଆନ୍ଧ୍ର ପକ୍ଷରୁ ଅନବରତ ମନଇଚ୍ଛା ଅନୁପ୍ରବେଶ ଜାରି ରହିଛି ।

କୋଟିଆର ବିଭିନ୍ନ ଗାଁରେ ମନରେଗା ଗ୍ରାମସଭା ଆୟୋଜନ କରି ମହିଳା ଓ ବୃଦ୍ଧାଙ୍କୁ ମଧ୍ୟ ସାମିଲ କରାଯାଉଛି । ବିଭିନ୍ନ ପ୍ରତିଶୃତି ଓ ପ୍ରଲୋଭନ ଦେଇ ସେଠାକାର ଲୋକଙ୍କ ମନ କିଣୁଛନ୍ତି ଆନ୍ଧ୍ରର ସରକାରୀ ଅଧିକାରୀ । ଆନ୍ଧ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏକ ଘରୋଇ ମୋବାଇଲ କମ୍ପାନୀ ଟାୱାର ସ୍ଥାପନ କରୁଥିବା ଜଣାପଡ଼ିଛି । କିଛି ଦିନ ପୂର୍ବେ ଲୋକଙ୍କ ଘରେ ଘରେ ଆନ୍ଧ୍ରର ବିଦ୍ୟୁତ୍‌ ମିଟର ଲଗାଯାଇଥିବା ଖବର ସାମ୍ନାକୁ ଆସିଥିଲା ।

ପୁଣି ଆଜି କୋଟିଆର କିଛି ଲୋକଙ୍କ ଘରେ ଆନ୍ଧ୍ର ‌ପକ୍ଷରୁ ଷ୍ଟିକର୍‌ ଲାଗିବା ପରେ କୋଟିଆ ଲୋକଙ୍କୁ ପୁଣି ନିଜଆଡକୁ ଟାଣିବା ପାଇଁ ଆନ୍ଧ୍ର ଆଉ ଏକ ଚକ୍ରାନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.