Latest Odisha News

BREAKING NEWS

[ଭିଡ଼ିଓ] ନାଗାବଳୀ ନଦୀରେ ଆନ୍ଧ୍ର ପ୍ରକଳ୍ପ ପ୍ଲାନ୍: ବୁଡ଼ିବ ଗାଁ , ଉଜୁଡ଼ିବ ଫସଲ

ରାୟଗଡା: ରାୟଗଡାର ଲାଇଫ୍ ଲାଇନ୍ ବଂଶଧାରା ଓ ନାଗାବଳୀ । ବଂଶଧାରା ପରେ ଏବେ ନାଗାବଳୀ ନଦୀ ଉପରେ ପଡୋଶୀ ଆନ୍ଧ୍ରପ୍ରଦେଶର ନଜର । ପୋଲାଭରମ, ନେରେଡି, ଝଞ୍ଜାବତୀ ଭଳି ଓଡିଶା ସୀମାରେ ଆଉ ଏକ ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି ଆନ୍ଧ୍ର ସରକାର ।

ଓଡ଼ିଶା ସୀମାରୁ ୮ କିମି ଦୂର ବିଜୟନଗରମ ଜିଲ୍ଲାର କୋଟୁ ଗାଁ ନିକଟରେ ନାଗାବଳୀ ନଦୀ ଉପରେ ଏହି ଜଳପ୍ରକଳ୍ପ ନିର୍ମାଣ ପାଇଁ କରିବାକୁ ଯାଉଛି । ଏଥିପାଇଁ ଆନ୍ଧ୍ର ସରକାର ୩ ଶହ କୋଟି ଟଙ୍କା ବ୍ୟୟ କରିବ । ପୂର୍ବରୁ ନରେଡି ଠାରେ ବଂଶଧାରା ନଦୀ ଉପରେ ବ୍ୟାରେଜ ନିର୍ମାଣ କରିସାରିଛି ଆନ୍ଧ୍ର । ନେରେଡି ବ୍ୟାରେଜ ଦ୍ବାରା ବ୍ୟାପକ କ୍ଷତି ସହିଛି ଓଡିଶା ।

ଏବେ ପୁଣି ନାଗାବଳୀ ନଦୀ ଉପରେ ସେ ଆଉ ଏକ ପ୍ରକଳ୍ପ କରିବାକୁ ଯାଉଛି । ଏହି ପ୍ରକଳ୍ପ ଦ୍ବାରା ଆନ୍ଧ୍ରପ୍ରଦେଶର ୯୧ ଖଣ୍ଡ ଗାଁର ୫୦୦୦ ରୁ ଉର୍ଦ୍ଧ୍ବ ହେକ୍ଟର ଜମିରେ ଜଳ ସେଚନର ସୁବିଧା ମିଳିପାରିବ । ଆନ୍ଧ୍ର ବିଜୟନଗରମ ଜିଲ୍ଲାର ଅନେକ ଚାଷୀ ଉପକୃତ ହେବେ ।

ହେଲେ ସେପଟେ ରାୟଗଡା ଜିଲ୍ଲାର ଶତାଧିକ ନଦୀକୂଳିଆ ଗାଁ ଜଳ ମଗ୍ନ ହେବା ସହ ହଜାର ହଜାର ହେକ୍ଟର ଚାଷ ଜମି ମଧ୍ୟ ବୁଡିଯିବ । କେବଳ ସେତିକି ନୁହେଁ, ଏହାଦ୍ବାରା ନାଗାବଳୀ ନଦୀର ଜଳଧାରଣ କ୍ଷମତା ମଧ୍ୟ କମିଯିବ । ଯାହାଫଳରେ ବର୍ଷା ଋତୁରେ ବନ୍ୟା ଓ ଗ୍ରୀଷ୍ମ ଋତୁରେ ଉତ୍କଟ ଜଳ ସମସ୍ୟା ଦେଖାଯାଇପାରେ l

୧୯୯୮ରେ ନାଗାବଳୀରେ ପ୍ରକଳ୍ପ ପାଇଁ ଓଡ଼ିଶା ସରକାର ଭିତ୍ତିପ୍ରସ୍ତର ସ୍ଥପନ କରିଥିଲେ । ହେଲେ ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ ଯୋଜନାର କୌଣସି ରୂପରେଖ ଏଯାବତ୍ ନାହିଁ । ନାଗାବଳୀ ନଦୀ ଉପରେ ସୁରକ୍ଷା ବନ୍ଧ ପାଇଁ ନାବାର୍ଡ ଅର୍ଥ ଦେଇଥିଲେ ମଧ୍ୟ କାମ ଅଧାରେ ପଡିରହିଛି । ଯାହlର ପୁରା ଫାଇଦା ଉଠାଇବାକୁ ବସିଛି ଆନ୍ଧ୍ର ସରକାର ।

ଓଡିଶା ସରକାର ବେଳ ଥାଉ ଥାଉ ପଦକ୍ଷେପ ନେବା ଜରୁରୀ । ଆନ୍ଧ୍ର ଫାଇଦା ଉଠାଉଥିବା ବେଳେ ଏବେଠାରୁ ଓଡ଼ିଆ ସରକାର ସତର୍କ ନହେଲେ ନାଗାବଳୀ ଅବବାହିକା ଲୋକେ ବେଶ୍ ପ୍ରଭାବିତ ହେବେ ଏଥିରେ ସନ୍ଦେହ ନାହିଁ । ଚାଷ ବାସ ଉଜୁଡିଯିବା ସହିତ ଜିଲ୍ଲାର ଶତାଧିକ ଗାଁ ନଦୀଗର୍ଭରେ ଲୀନ ହେବ ନେଇ ଆଶଙ୍କା କରାଯାଉଛି ।

Leave A Reply

Your email address will not be published.