Latest Odisha News

BREAKING NEWS

୧୦୦ କୋଟିରେ ସୂର୍ଯ୍ୟବଂଶୀର ଡିଜିଟାଲ ରାଇଟ୍ସ କିଣିଲା ନେଟଫ୍ଲିକ୍ସ

ମୁମ୍ବାଇ: ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ ଅଭିନୀତ ସୁପରହିଟ ଫିଲ୍ମ ସୂର୍ଯ୍ୟବଂଶୀର ଡିଜିଟାଲ ରାଇଟ୍ସ ନେଟଫ୍ଲିକ୍ସ ୧୦୦ କୋଟିରେ କ୍ରୟ କରିଛି । ଡିସେମ୍ବର ପ୍ରଥମ ସପ୍ତାହରେ ଏହା ଓଟିଟି ଫ୍ଲାଟଫର୍ମରେ ରିଲିଜ ହେବ । ଥିଏଟରରେ ଏହା ରିଲିଜ ହେବା ପରଠାରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ବ୍ୟବସାୟ କରିସାରିଛି । ପୂର୍ବରୁ କଙ୍ଗନା ରାନାୱତ ଅଭିନୀତ ଥାଲାଇଭିର ଡିଜିଟାଲ ରାଇଟ୍ସ ୫୫ କୋଟିରେ ବିକ୍ରି ହୋଇଥିଲା ।

ରୋହିତ ଶେଟ୍ଟୀ ନିର୍ଦ୍ଦେଶିତ ଏହି ବହୁ ପ୍ରତୀକ୍ଷିତ ଫିଲ୍ମ ସୂର୍ଯ୍ୟବଂଶୀ ଦେଶରେ ୩୫୦୦ ଓ ବିଦେଶରେ ୧୩୦୦ ସ୍କ୍ରିନରେ ରିଲିଜ ହୋଇଥିଲା । ଗୁଜରାଟ ଓ ମୁମ୍ବାଇରେ ଫିଲ୍ମ ପ୍ରତି କ୍ରେଜ ଦେଖିବାକୁ ମିଳିଥିବା ବେଳେ ପଞ୍ଜାବରେ କୃଷକ ଆନ୍ଦୋଳନ ଯୋଗୁ ଏହା ପ୍ରଭାବିତ ହୋଇଛି ।

Leave A Reply

Your email address will not be published.