Latest Odisha News

BREAKING NEWS

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆନ୍ଦ୍ରେ ରସେଲ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ କ୍ରିକେଟର ଲୋକପ୍ରିୟ ଖେଳାଳି ଆନ୍ଦ୍ରେ ରସେଲ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୨ଟି ଟି୨୦ ମ୍ୟାଚ ଖେଳିବା ପରେ ସେ ଅବସର ନେବେ ବୋଲି ଆଗୁଆ ଘୋଷଣା କରିଛନ୍ତି । ସାବିନା ପାର୍କରେ ଜୁଲାଇ ୨୦ ଓ ୨୨ରେ ଏହି ମ୍ୟାଚ ଖେଳାଯିବ । ରସେଲଙ୍କ ଏହା ଘରୋଇ ପଡିଆ ହୋଇଥିବାରୁ ସେ ନିଜ ଲୋକଙ୍କ ଗହଣରେ ଅବସର ନେବେ ବୋଲି ସ୍ଥିର କରିଛନ୍ତି । ୨୦୧୬ ଟି୨୦ ବିଶ୍ୱକପ ସେମିଫାଇନାଲ ତାଙ୍କର ସବୁଠାରୁ ସ୍ମରଣୀୟ ମ୍ୟାଚ ବୋଲି ସେ କହିଛନ୍ତି । ଭାରତ ବିପକ୍ଷ ଏହି ମ୍ୟାଚରେ ୨୦ ବଲରେ ୪୩ ରନ କରି ଦଳକୁ ଫାଇନାଲରେ ପ୍ରବେଶ କରାଇଥିଲେ ।

ଫାଇନାଲରେ ଇଂଲଣ୍ଡକୁ ହରାଇ ୱେଷ୍ଟଇଣ୍ଡିଜ ୨ଥର ପାଇଁ ଚାମ୍ପିୟନ ହୋଇଥିଲା । ୨ଥର ବିଶ୍ୱକପ ବିଜୟୀ ଦଳର ସଦସ୍ୟ ରହିବା ମୋ ପାଇଁ ନିଶ୍ଚିତ ଭାବେ ଗର୍ବର ବିଷୟ ବୋଲି ସେ କହିଛନ୍ତି । ରସେଲ ଉଭୟ ବ୍ୟାଟିଂ ଓ ବୋଲିଂରେ ସର୍ବଦା ଜାତୀୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇ ଆସିଛନ୍ତି । ଆଇପିଏଲରେ ମଧ୍ୟ ତାଙ୍କ ପ୍ରଦର୍ଶନ ପ୍ରଶଂସାଯୋଗ୍ୟ ରହିଥିଲା ।

Comments are closed.