Latest Odisha News

BREAKING NEWS

ଇଂଲଣ୍ଡର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଫ୍ଲିଂଟଫ ଦୁର୍ଘଟଣାରେ ଗୁରୁତର

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଦଳର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଆଣ୍ଡ୍ର‌୍ୟୁ ଫ୍ଲିଂଟଫ କାର ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ପଡିଛନ୍ତି । ତାଙ୍କୁ ଏୟାରଲିଫ୍ଟ କରାଯାଇ ଡାକ୍ତରଖାନାକୁ ନିଆଯାଇଛି । ଯିବା ବାଟରେ ଡାକ୍ତର ତାଙ୍କ ଚିକିତ୍ସା କରିଥିଲେ । ଏବେ ସେ ବିପଦମୁକ୍ତ ଅଛନ୍ତି । ଦକ୍ଷିଣ ଲଣ୍ଡନର ଡନଫୋଲ୍ଡ ପାର୍କ ଏୟାରଡ୍ରମ କାର୍ଯ୍ୟ ଚାଲିଥିଲା । ଏହାର ପରୀକ୍ଷଣ ଟ୍ରାକରେ ସେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଇଂଲଣ୍ଡର ଏହି ମହାନ ଅଲରାଉଣ୍ଡର ଫ୍ରେଡୀ ନାମରେ ପରିଚିତ । ମାତ୍ର ୩୨ ବର୍ଷ ବୟସରେ ସେ କ୍ରିକେଟକୁ ଅଲବିଦା କହିଥିଲେ । ଇଂଲଣ୍ଡକୁ ସେ ୨୦୦୫ ଓ ୨୦୦୯ ଏଶେଜ ଶୃଙ୍ଖଳା ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ସେ ୭୯ ଟେଷ୍ଟରେ ୩୮୪୫ ରନ ଓ ୨୨୬ ୱିକେଟ ଅକ୍ତିଆର କରିଥିଲେ । ସେହିପରି ୧୪୧ ଦିନିକିଆରେ ୩୩୯୪ ରନ ଏବଂ ୧୬୯ ୱିକେଟ ନେଇଥିଲେ । ୭ଟି ଟି୨୦ ମ୍ୟାଚରେ ୭୬ ରନ ଓ ୫ ୱିକେଟ ରହିଛି । ଆଇପିଏଲରେ ସେ ୩ଟି ମ୍ୟାଚ ଖେଳିଥିଲେ ମଧ୍ୟ ନିଜ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନ ଥିଲେ ।

Comments are closed.