ନୂଆଦିଲ୍ଲୀ: ଗୁଗୁଲ୍ ବୁଧବାର ଦିନ ନିଜର ନୂତନ ମୋବାଇଲ୍ ଅପରେଟିଂ ସିଷ୍ଟମ୍ ଆଣ୍ଡ୍ରଏଡ୍ ୧୬ ରୋଲ୍ ଆଉଟ୍ କରିଛି, ଯାହାର ଆରମ୍ଭ ପିକ୍ସେଲ ଡିଭାଇସ ସହ କରିଛି । ଏହି ଅପଡେଟ୍ରେ ଲାଇଭ୍ ଆକ୍ଟିଭିଟିଜ୍ ଭଳି ରିଅଲ୍-ଟାଇମ୍ ଫିଚର୍ ଏବଂ ଆଡଭାନ୍ସଡ୍ ପ୍ରୋଟେକ୍ସନ୍ ଭଳି ସିକ୍ୟୁରିଟି ଫିଚର ରହିଛି।
ସେହିପରି, ଏହି ଅପଡେଟ୍ ଆଗାମୀ କିଛି ସପ୍ତାହ ମଧ୍ୟରେ ଅନ୍ୟ ବ୍ରାଣ୍ଡର ଫୋନ୍ ପାଇଁ ଜାରି କରାଯାଇପାରେ। ଆଣ୍ଡ୍ରଏଡ୍ ୧୬ର ପ୍ରାଇମେରୀ ଫୋକସ ଆକ୍ସେସିବିଲିଟି ଉନ୍ନତି, ସୁରକ୍ଷା ବୃଦ୍ଧି ଏବଂ ଉତ୍ପାଦକତା ଉପରେ ରହିଛି।
ଗୁଗୁଲର ନୂଆ ଆଣ୍ଡ୍ରଏଡ୍ ୧୬ରେ ଅନେକ ଫିଚର ଦେଖିବାକୁ ମିଳିବ। ଆପ୍ ରୁ ଆସୁଥିବା ବିଜ୍ଞପ୍ତିଗୁଡ଼ିକ ଏବେ ଏକ ଗ୍ରୁପରେ ଦେଖାଯିବ, ଅର୍ଥାତ୍, ବ୍ୟବହାରକାରୀମାନେ ଆପ୍ ରୁ ଆସୁଥିବା ସମସ୍ତ ବିଜ୍ଞପ୍ତିଗୁଡ଼ିକୁ ଗୋଟିଏ ସ୍ଥାନରେ ଦେଖିପାରିବେ। ଏହା ବ୍ୟତୀତ, ବ୍ୟବହାରକାରୀମାନଙ୍କୁ ରିଅଲ୍ ଟାଇମରେ ଲାଇଭ୍ ଅପଡେଟ୍ ମିଳିବ ।
ଏହା ବ୍ୟତୀତ, ଭିଡ଼ରେ ମଧ୍ୟ ସ୍ପଷ୍ଟ ଶବ୍ଦ ଶୁଣିବା ପାଇଁ ୟୁଜରଙ୍କୁ ମାଇକ୍ରୋଫୋନ୍ ରେ ଭଲ କଣ୍ଟ୍ରୋଲ ପାଇବେ।
ଲାଇଭ୍ ଅପଡେଟ୍ ଅଧୀନରେ, ବ୍ୟବହାରକାରୀମାନେ ସ୍କ୍ରିନରେ ଖାଦ୍ୟ ବିତରଣ ଆପ୍ର ଟ୍ରାକିଂ ବିବରଣୀ ଦେଖିପାରିବେ । ଏଥିପାଇଁ ମୋବାଇଲ୍ ବ୍ୟବହାରକାରୀମାନଙ୍କୁ ବାରମ୍ବାର ଖାଦ୍ୟ ବିତରଣ ଆପ୍ ଖୋଲିବାକୁ ପଡ଼ିବ ନାହିଁ ।
ଉଦାହରଣ ସ୍ୱରୂପ, ଯଦି ଆପଣ Android 16 ସର୍ପୋଟ ଫୋନ୍ ସାହାଯ୍ୟରେ Zomato, Swiggy, Blinkit ଆପ୍ ରେ ଅର୍ଡର ଦିଅନ୍ତି, ତେବେ ଏହାର ଲାଇଭ୍ ଟ୍ରାକିଂ ବିବରଣୀ ସ୍ମାର୍ଟଫୋନରେ ନଜରରେ ଆସିବ । ଏହି ପ୍ରକାରର ଫିଚର iPhone ରେ ପୂର୍ବରୁ ଉପଲବ୍ଧ।
ଆଣ୍ଡ୍ରଏଡ୍ ୧୬ରେ ଆଡଭାନ୍ସଡ୍ ପ୍ରୋଟେକ୍ସନ୍ ମଧ୍ୟ ଦେବ। ଏହା ଏକ ଉଚ୍ଚ ସୁରକ୍ଷା ମୋଡ୍, ଯାହା ମୋବାଇଲ୍ ବ୍ୟବହାରକାରୀଙ୍କୁ ପ୍ରମୁଖ ବିପଦରୁ ଦୂରେଇ ରଖିବାରେ ସାହାଯ୍ୟ କରିବ।
ଏହି ଫିଚର ବିପଦପୂର୍ଣ୍ଣ ଆପ୍ସ, ସ୍କାମ୍ କଲ୍, ବିପଦପୂର୍ଣ୍ଣ ୱେବସାଇଟ୍ ଏବଂ ଅନ୍ୟାନ୍ୟ ସାଇବର ଆଟାକ୍ ବିପଦକୁ ଅବରୋଧ କରେ।
ଗୁଗୁଲ୍ କହିଛି ଯେ, ଏବେ ସେ ନିଜର ଅଂଶୀଦାରମାନଙ୍କ ସହିତ କାର୍ଯ୍ୟ କରୁଛି, ସେଥିରେ ସାମସଙ୍ଗ ଏବଂ ୱାନପ୍ଲସ୍ ଭଳି ବ୍ରାଣ୍ଡ ସାମିଲ ଅଛନ୍ତି । ମୋବାଇଲ୍ ନିର୍ମାତାମାନେ ଏହି ଫିଚରକୁ ଇଣ୍ଟିଗ୍ରେଟ କରିବେ। ଯେପରି ସାମସଙ୍ଗର ନାଓ ବାର୍ ଏବଂ ୱାନପ୍ଲସ୍ର ଲାଇଭ୍ ଆଲର୍ଟସ୍ ରହିଛି ।
ଏହି ପିକ୍ସେଲ ଫୋନରେ ମିଳିଲା ଅପଡେଟ -Google Pixel 9 Series, Google Pixel 9a,Google Pixel 8 Series,Google Pixel Tablet,Google Pixel Fold,Google Pixel 7 Series, Google Pixel 6 Series
ଉପଭୋକ୍ତାମାନେ Settings > System > Software update > System update > Check for updates କୁ ଯାଇ ଏହାକୁ ମାନୁଆଲୀ ଯାଞ୍ଚ କରିପାରିବେ।
Comments are closed.