Latest Odisha News

BREAKING NEWS

ଗ୍ରୀଷ୍ମ ଛୁଟିରେ ଖୋଲା ରହିବ ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର: ଖରାକୁ ଦୃଷ୍ଟିରେ ରଖି ସରକାର ଗ୍ରୀଷ୍ମକାଳୀନ ଅବକାସ ନିର୍ଦ୍ଧାରିତ ସମୟ ପୂର୍ବରୁ  ଘୋଷଣା କରିଛନ୍ତି । ସମସ୍ତ ସ୍କୁଲ ୧ମରୁ ୧୦ ଯାଏ ଗ୍ରୀଷ୍ମଛୁଟି ପାଇଁ ବନ୍ଦ ରହିବ । ହେଲେ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ ନାହିଁ । ପ୍ରତ୍ୟେକ କାର୍ଯଦିବସରେ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ସବୁ ଅଙ୍ଗନବାଡି ଖୋଲିବ । ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।

ଗ୍ରୀଷ୍ମଲହରୀକୁ ଦେଖି ରାଜ୍ୟ ସରକାର ଏପ୍ରିଲ ୨୧ ତାରିଖରୁ ଗ୍ରୀଷ୍ମଛୁଟି ଘୋଷଣା କରିଥିଲେ ।  ପ୍ରଥମରୁ ଦ୍ୱାଦଶ ଯାଏ ସ୍କୁଲ ବନ୍ଦ ରହିବ ବୋଲି ସରକାର ସ୍ପଷ୍ଟ କରିଥିଲେ । ହେଲେ ଅଙ୍ଗନବାଡି କେନ୍ଦ୍ରରେ ଗ୍ରୀଷ୍ମ ଛୁଟି ହେବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିଲା । କାରଣ  ଗ୍ରୀଷ୍ମ ଛୁଟି ଘୋଷଣା କରିବା ପୂର୍ବରୁ ଖରା ପାଇଁ ୨ ଦିନ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ ଘୋଷଣା କରିଥିଲେ ସରକାର ।  ତା ପରେ ପରେ ଗ୍ରୀଷ୍ମଛୁଟି ଘୋଷଣା କରାଗଲା । ତେବେ ଏହି ଛୁଟି  ଅଙ୍ଗନାବାଡି କେନ୍ଦ୍ର ପାଇଁ ଲାଗୁ ହେବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିଲା ।

ଏ ନେଇ ମହିଳା ଓ ଶିଶୁ ବିକାଶ ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରି କୁହାଯାଇଛି, ସମସ୍ତ ଅଙ୍ଗନବାଡି କେନ୍ଦ୍ର ସଂଶୋଧିତ ସମୟସୀମା ଅନୁଯାୟୀ ଏବଂ ପୂର୍ବରୁ ଜାରି ହୋଇଥିବା ଗ୍ରୀଷ୍ମ ପ୍ରବାହ ପ୍ରୋଟକଲ ପାଳନ କରି ପୂର୍ବପରି କାର୍ଯ୍ୟକ୍ଷମ ରହିବ । ସକାଳ ୭ଟାରୁ ୧୦ଟା ଯାଏ କେନ୍ଦ୍ର ଖୋଲିବ । ତେବେ ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାପାଳମାନେ ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟ ସମୟରେ ଆବଶ୍ୟକ ପରିବର୍ତ୍ତନ ଆଣି ପାରନ୍ତି ବୋଲି ଏହି ରିଲିଜରେ କୁହାଯାଇଛି ।

Leave A Reply

Your email address will not be published.