Latest Odisha News

BREAKING NEWS

ବଜାରରୁ ରାସନ କିଣି ଘରକୁ ଫେରୁଥିଲେ ବାପପୁଅ, ଟ୍ରକ୍ ଧକ୍କାରେ ଚାଲିଗଲା ଜୀବନ

ଅନୁଗୁଳ: ବଜାରରୁ ସଉଦା ଆଣି ଫେରିବା ବେଳେ ଦୁର୍ଘଟଣାରେ ବାପପୁଅଙ୍କ ମୃତ୍ୟୁ । ଅନୁଗୁଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ୩ ବର୍ଷର ପୁଅ ସହ ବାପାଙ୍କର ମୃତ୍ୟୁ ହୋଇଛି । ସୌଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଭଣଜା ।

ସୂଚନା ଅନୁସାରେ, ତାଳଚେର ଗୋଡ଼ିବନ୍ଧ ଅଞ୍ଚଳରେ ରହୁଥିବା ଏମଡି ଆସିଫ ବାଇକ ଯୋଗେ ସାଢ଼େ ତିନି ବର୍ଷର ପୁଅ ଏମଡି ଅସିବାର ଓ ଭଣଜା ଏମଡି କ୍ଷୀରୋଦଲାଲଙ୍କ ସହ ତାଳଚେର ବଜାରକୁ ଯାଇଥିଲେ । ବଜାରରୁ ସଉଦାପତ୍ର କିଣି ଗୋଡ଼ିବନ୍ଧ ଆଡକୁ ଫେରୁଥିବା ବେଳେ ବାଙ୍କଧରା ଛକ ନିକଟରେ ଏକ ଟ୍ରକ୍ ଧକ୍କା ଦେଇଥିଲା ।

ଘଟଣା ସ୍ଥଳରେ ଆସିଫ ଓ ପୁଅ ଆସିବାରଙ୍କ ମୃତ୍ୟୁ ହୋଇଛି । ଭଣଜା କ୍ଷୀରୋଦଲାଲ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ଦୁର୍ଘଟଣାରେ ବାପାପୁଅଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ପହଞ୍ଚି ବୁଝାସୁଝା କରୁଛି ।

Leave A Reply

Your email address will not be published.