Latest Odisha News

BREAKING NEWS

Cyclone Montha: ଆସୁଛି ବାତ୍ୟା ‘ମୋନ୍ଥା; ଏହି ୮ ଜିଲ୍ଲାରେ ୨ ଦିନ ପାଇଁ ବନ୍ଦ ରହିବ ଅଙ୍ଗନବାଡ଼ି

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ମନ୍ଥା’ ପାଇଁ ଦୁଇ ଦିନ ଅଙ୍ଗନୱାଡିକୁ ଛୁଟି ଘୋଷଣା କଲେ ସରକାର । ୮ ଜିଲ୍ଲାରେ ୨ ଦିନ ପାଇଁ ବନ୍ଦ ରହିବ ଅଙ୍ଗନବାଡ଼ି । ୨୮ ଓ ୨୯ ତାରିଖରେ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର । ରବିବାର ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଛି ।

ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି,କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁରରେ ବନ୍ଦ ରହିବ ଅଙ୍ଗନବାଡ଼ି ।

ଖବରମୁତାବକ,୨୮ ଅକ୍ଟୋବର ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏହା କାକିନାଡା ପାଖାପାଖି ମଛଲିପଟ୍ଟନମ୍ ଏବଂ କଳିଙ୍ଗପଟ୍ଟନମ୍ ମଧ୍ୟରେ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।ଯାହାଫଳରେ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା କରାଯାଉଛି। ତେବେ ପବନର ବେଗ ୧୧୦କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ମଧ୍ୟ କୁହାଯାଉଛି। ଯାହା ଫଳରେ ଓଡ଼ିଶାର ଦକ୍ଷିଣ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ସୂଚନା ଦିଆଯାଇଛି।

Comments are closed.