Latest Odisha News

ଦିଦି ବୁଲୁଛନ୍ତି ଘରକୁ ଘର, କିଏ ନେଇନାହାନ୍ତି ଟିକା କରୁଛନ୍ତି ଚିହ୍ନଟ

ଭୁବନେଶ୍ବର : ଏଣିକି ରାଜ୍ୟରେ ନନଷ୍ଟପ୍ ଚାଲିବ ଟିକାକରଣ । ଆଜିଠୁ ଘର ଘର ବୁଲି ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିଛନ୍ତି ଅଙ୍ଗନବାଡ଼ି ଓ ସ୍ବାସ୍ଥ୍ୟକର୍ମୀ । ପ୍ରଥମ ଡୋଜ୍ ନେବା ପରେ ଦ୍ବିତୀୟ ଡୋଜ୍ ଟିକା ନେବାକୁ ଲୋକ ଭୁଲି ଯାଉଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ଲୋକ ଦ୍ବିତୀୟ ଡୋଜ୍ ନେଇନାହାନ୍ତି । ତେଣୁ ଏମାନଙ୍କୁ ଚିହ୍ନଟ କରିବା ପାଇଁ ଆଜିଠୁ ଗାଁଠାରୁ ଆରମ୍ଭ କରି ସହର ଯାଏଁ ଟିକା ଦେବା ପାଇଁ ଅଭିଯାନ ଆରମ୍ଭ କରିଛି ସ୍ବାସ୍ଥ୍ୟ ବିଭାଗ । ତୁରନ୍ତ ଏମାନଙ୍କର ତାଲିକା ପ୍ରସ୍ତୁତ କରି ଦ୍ବିତୀୟ ଡୋଜ୍ ଟିକା ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି ।

BjdElectrycity

ଯେଉଁ ଗାଁରେ ଅଧିକ ଲୋକ ଟିକା ନେଇନଥିବେ, ସେଠାରେ ଟିକାଦାନ କେନ୍ଦ୍ର କରାଯିବ । ରାଜ୍ୟରେ ୨କୋଟି ୫୭ ଲକ୍ଷ ପ୍ରଥମ ଡୋଜ ଟିକା ନେଇଛନ୍ତି । ୩୦ଲକ୍ଷ ଲୋକ ଅବଧି ସମୟ ସରିବା ପରେ ବି ଦ୍ବିତୀୟ ଡୋଜ୍‌ ଟିକା ନେଇନାହାନ୍ତି । ଚଳିତ ମାସ ଶେଷ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା ଦେବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଯୋଜନା କରିଛି । ସୁନ୍ଦରଗଡ଼ ଜିଲ୍ଲାରେ ଗତକାଲି ସୁଦ୍ଧା ୧୬ ଲଷ ୨୧ ହଜାର ୨୭୯ ଜଣଙ୍କୁ କୋଭିଡ ଟିକା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ପ୍ରଥମ ଡୋଜ ୧୧ ଲଷ ୨୬ ହଜାର ୨୯୨ ଓ ଦ୍ଵିତୀୟ ଡୋଜ ୪ ଲଷ ୯୪ ହଜାର ୯୮୪ ଜଣଙ୍କୁ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ରାଉରକେଲା ମହାନଗର ନିଗମର ବିଭିନ୍ନ ବସ୍ତି ଅଞ୍ଚଳ ସହିତ ୧୦ଟି ବ୍ଲକରେ ଏମଏମଭି ଜରିଆରେ ମୋଟ ୪୪ ହଜାର ୨୮୮ ଜଣଙ୍କର ଟିକାକରଣ କରାଯାଇଛି ।

Leave A Reply

Your email address will not be published.