Latest Odisha News

BREAKING NEWS

ବାଂଲାଦେଶକୁ ହରାଇଲା ଦକ୍ଷିଣ ଆଫ୍ରିକା

ଆବୁଧାବି:ଟି୨୦ ବିଶ୍ୱକପ କ୍ରିକେଟରେ ଆଜି ଏକ ମୁକବିଲାରେ ଦକ୍ଷିଣ ଆଫ୍ରିକା ୬ ଉଇକେଟରେ ବାଂଲାଦେଶକୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ ଆଶା ମଜଭୁତ କରିିଛି । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୧୮.୨ ଓଭରରେ ୮୪ ରନ କରି ଅଲଆଉଟ ହୋଇ ଯାଇଥିଲା । କାଗିସୋ ରାବାଡା ଓ ଆର୍ନିଚ ନୋର୍ଟେଜ ୩ଟି ଲେଖାଁଏ ଉଇକେଟ ନେଇଥିଲେ ।

୮୫ ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୩.୩ ଓଭରରେ ୪ ୱିକେଟ ହରାଇ ହାସଲ କରି ନେଇଥିଲା । ଟେମ୍ବା ବାଭୁମା ଦକ୍ଷିଣ ଆଫ୍ରିକା ପକ୍ଷରୁ ସର୍ବାଧିକ ୩୧ ରନ କରି ନଟଆଉଟ ରହିଥିଲେ । ଦକ୍ଷିଣ ଆଫ୍ରିକା ୪ଟି ମ୍ୟାଚ ଖେଳି ୩ଟିରେ ବିଜୟ ହାସଲ କରିଛି । ବାଂଲାଦେଶ ୪ଟି ମ୍ୟାଚ ଖେଳି ସବୁଥିରେ ପରାଜୟବରଣ କରିଛି ।

Leave A Reply

Your email address will not be published.