Latest Odisha News

ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଅଙ୍ଗନବାଡି କର୍ମୀ: ସରକାରୀ ମାନ୍ୟତା ସହ ମାସିକ ଦରମା ୧୮ ହଜାର ଟଙ୍କା ଦାବି

ଅନୁଗୁଳ: ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଅନୁଗୋଳ ଜିଲ୍ଲା ଅଙ୍ଗନବାଡି କର୍ମୀ । ସରକାରୀ ମାନ୍ୟତା ସହ ମାସିକ ଦରମା ୧୮ ହଜାର ଟଙ୍କା ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ । ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍‌ ୱାର୍କରସ ଆସୋସିଏସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ମହିଳା ଅଙ୍ଗନବାଡି କର୍ମୀମାନେ ଅନଗୁଳ ସହର ପରିକ୍ରମା ପରେ ଜିଲ୍ଲାପାଳଙ୍କ ଅଫିସକୁ ଆସିଥିଲେ । ବିଶେଷ କରି ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ମାନ୍ୟତା ସାଙ୍ଗକୁ ମାସିକ ବେତନ ୧୮ ହଜାର ଟଙ୍କା ଦାବି କରିଛନ୍ତି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ଏଥିପ୍ରତି ତୁରନ୍ତ ବିଚାର କରିବା ପାଇଁ ଦାବି ରଖିଛନ୍ତି । 

ଏ ସମ୍ପର୍କିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ଦେଇଛନ୍ତି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଅଙ୍ଗନବାଡି କର୍ମୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.