Latest Odisha News

BREAKING NEWS

ବିଜୟ ହଜାରେ ଟ୍ରଫି: ଓଡିଶାର କ୍ରମାଗତ ଦ୍ୱିତୀୟ ପରାଜୟ

ଭୁବନେଶ୍ୱର: ବେଙ୍ଗାଲୁରରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ଏଲିଟ ଗ୍ରୁପ ସି’ର ଏକ ମୁକାବିଲାରେ ଓଡିଶାକୁ ୮ ଉଇକେଟରେ ରେଲୱେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୪୯.୩ ଓଭରରେ ୨୩୦ରେ ଅଲଆଉଟ ହୋଇ ଯାଇଥିଲା । ଅଙ୍କିତ ଯାଦବ(୪୮), ରାଜେଶ ଧୂପର (୩୬) ଓ ଅଧିନାୟକ ଶାନ୍ତନୁ ମିଶ୍ର ୩୬ ରନର ଇନିଂସ ଖେଳିଥିଲେ । ପ୍ରଦୀପ ପୂଜର ୩ଟି, ହିମାଂଶୁ ସାଙ୍ଗୱାନ ୨ଟି ଏବଂ ଅମିତ ମିଶ୍ର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ ।

ଜବାବରେ ରେଲୱେ ୪୪.୩ ଓଭରରେ ୨ ଉଇକେଟ ହରାଇ ୨୩୧ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ପ୍ରଥମ ସିଂ (୮୬), ଶିବମ ଚୌଧୁରୀ (୮୧ ନଟଆଉଟ) ଓ ମୃଣାଳ ଦେଓଧର ୪୪ ରନ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ସୌରଭ କାନୋଜିଆ ଓ ଶାନ୍ତନୁ ଗୋଟିଏ ଲେଖାଁଏ ଉଇକେଟ ନେଇଥିଲେ । ୨୪ ଫେବୃୟାରୀରେ ଓଡିଶା ତାର ପରବର୍ତୀ ମୁକାବିଲାରେ କର୍ଣ୍ଣାଟକକୁ ଭେଟିବ ।

Leave A Reply

Your email address will not be published.