Latest Odisha News

BREAKING NEWS

୪୫ ଦିନରେ ଅଙ୍ଗନୱାଡ଼ି ଦିଦିଙ୍କ ଆନ୍ଦୋଳନ, ଦାବି ନ ଶୁଣିଲେ ହକି ବେଳେ ରାଜପଥ ଅବରୋଧ ଧମକ

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନ ଆରମ୍ଭ ସମୟରୁ ଲୋୟର ପିଏମଜିରେ ଅଙ୍ଗନୱାଡ଼ି ଦିଦି ଧାରଣାରେ ବସିଛନ୍ତି । ୪୫ ରାତି ଲୋୟର ପିଏମଜିର ଖୋଲା ଆକାଶ ତଳେ କାଟିବା ପରେ ଆଜି ଅଙ୍ଗନୱାଡ଼ି କର୍ମଚାରୀ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲୋୟର ପିଏମଜିରୁ ବାହାରି ନବୀନ ନିବାସ ଅଭିମୁଖେ ଯିବା ବେଳେ ପୋଲିସ ଆନ୍ଦୋଳନକାରୀଙ୍କୁ ରାଜମହଲ ନିକଟରେ ଅକଟାଇଥିଲା ।

ହକ୍ ପାଇଁ ଶୀତ କାକରରେ ୪୫ ଦିନ ହେଲା ରାଜରାସ୍ତାରେ ବସିଥିବା ଅଙ୍ଗନୱାଡ଼ି କର୍ମୀ କହିଛନ୍ତି, ସରକାର ଦାବି ନ ଶୁଣିଲେ ସେମାନେ ହକି ବିଶ୍ୱକପ୍ ସମୟରେ ଜାତୀୟ ରାଜପଥ ୧୬ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି । ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ୱକପ୍ ।

Anganwadi Workers’ Threaten To Block NH 16 During Hockey World Cup

ସରକାରୀ କର୍ମଚାରୀ ମାନ୍ୟତା, ଅବସର ପରେ ମାସିକ ୫ ହଜାର ଟଙ୍କା ଭତ୍ତା ଏବଂ ଅଙ୍ଗନୱାଡ଼ି କର୍ମୀଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଆନ୍ଦୋଳନ କରୁଛନ୍ତି । ଏହାଛଡ଼ା ଅଙ୍ଗନୱାଡ଼ି ଦିଦିଙ୍କୁ ମାସିକ ୧୮ ହଜାର ଟଙ୍କା ଓ ସହାୟିକାଙ୍କୁ ୯ ହଜାର ଟଙ୍କା ଦରମା ଦେବାକୁ ସେମାନେ ଦାବି କରୁଛନ୍ତି ।

ନୂଆବର୍ଷରେ ଅଙ୍ଗନୱାଡ଼ି କର୍ମଚାରୀ ସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ଯାଇ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଭାରି ସରଳ । ଏହାର ଫାଇଦା କିଛି ଅଫିସର ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖୁଛନ୍ତି । ଆମେ ଜାଣିନାହୁଁ ଆମ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବଗତ କି ନାହିଁ । ଆଶା କରୁଛୁ ସରକାର ଶୀଘ୍ର ଆମ କଥା ଶୁଣିବେ ।

Leave A Reply

Your email address will not be published.