Latest Odisha News

BREAKING NEWS

କୋଇଲା ନଗରୀରେ ଧନୁଯାତ୍ରା ମହୋତ୍ସବ, ପୁତୂନାଙ୍କ ନିଧନରେ କଂସ ମର୍ମାହତ

ଝାରସୁଗୁଡ଼ା : ଧନୁଯାତ୍ରା ପାଇଁ ଚଳଚଞ୍ଚଳ ଝାରସୁଗୁଡ଼ା । କୋଇଲା ନଗରୀରେ ଧନୁଯାତ୍ରା ମହୋତ୍ସବ । କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ବନ୍ଦ ଥିବା ବେଳେ ପୁଣି ସେହି ଧୁମଧାମରେ ଓ ଉତ୍ସାହରେ ଆରମ୍ଭ ହୋଇଛି ତୃତୀୟ ଦିନର ବନ୍ଧବାହାଲ ଧନୁଯାତ୍ରା ମହୋତ୍ସବ । ବନ୍ଧବାହାଲ କଲୋନି ମଥୁରାନଗରୀ ଓ ବସ୍ତି ଅଞ୍ଚଳ ପାଲଟିଛି ଗୋପପୁର  ।

ପ୍ରଥମ ଦିନରେ ଦେବକୀ ଓ ବସୁଦେବଙ୍କ ବିବାହ ହେବା ସହ ଦୈବବାଣୀ, ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସଙ୍କ ସିଂହାସନ ଆରୋହଣ ଓ ଦେବକୀ, ବସୁଦେବଙ୍କୁ କାରାଗାର ପ୍ରେରଣ ନାଟ୍ୟାଭିନୟ ଅନୁଷ୍ଠିତ ହୋଇଥିଲା  । ମହାରାଜ ଉଗ୍ରେସନଙ୍କୁ ଗାଦିଚ୍ୟୁତ କରିବା ପରେ ଯୁବରାଜ କଂସ ହୋଇଛନ୍ତି ମହାରାଜା କଂସ । ଧନୁଯାତ୍ରା ମହୋତ୍ସବର ଆଜି ତୃତୀୟ ଦିବସରେ ପୁତୂନାଙ୍କ ନିଧନରେ କଂସ ମର୍ମାହତ ହୋଇଛନ୍ତି ।

ଅଟ୍ଟହାସ୍ୟ ଓ ଅତ୍ୟାଚାର ଦେଖି ମଥୁରାନଗରୀ ପ୍ରଜା ଥରହର ହୋଇଥିବା ବେଳେ ଲୋକ ଗୀତ ଓ ନାଚରେ ଦୁଲୁକୁଛି ବନ୍ଧବାହଲ ସ୍ଥିତ ରାଜଦରବାର । ଏହି ଧନୁଯାତ୍ରାରେ ଜିଲ୍ଲାପାଳ ସରୋଜ କୁମାର ଯୋଗ ଦେଇ ଉଦ୍ୟକ୍ତ ମାନଙ୍କୁ ଧନ୍ୟବାଦ ଜଣାଇବା ସହ ଆସନ୍ତା ବର୍ଷ ବନ୍ଧବାହଲ ଧନୁଯାତ୍ରାରେ ଜିଲ୍ଲା ପ୍ରଶାସନ ମଧ୍ୟ ଭାଗିଦାରୀ ରହିବ ବୋଲି କହିଛନ୍ତି  ।

Leave A Reply

Your email address will not be published.