ମୁମ୍ବାଇ: ବହୁ ଦିନର ବିରତି ପରେ ପୁଣି ଥରେ ବଲିଉଡକୁ କମ୍ବ୍ୟାକ୍ କରିଛନ୍ତି ଭର୍ସଟାଇଲ ଅଭିନେତା ଇର୍ଫାନ୍ ଖାନ୍ । ରିଲିଜ ହୋଇଛି ତାଙ୍କର ଅପ୍କମିଂ ଫିଲ୍ମ ‘ଅଙ୍ଗ୍ରେଜୀ ମିଡିଅମ’ର ଟ୍ରେଲର । ୨ ମିନିଟ୍ ୫୫ ସେକେଣ୍ଡର ଏହି ଭିଡିଓରେ ଭରପୁର କମେଡି ସାଙ୍ଗକୁ ଫ୍ୟାମିଲି ଇମୋସନାଲ ଡ୍ରାମା ମଧ୍ୟ ଦେଖିବାକୁ ମିଳିଛି ।
ହୋମି ଅଦଜାନିଆଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଜଣେ ମଧ୍ୟମବର୍ଗୀୟ ପରିବାରର ବାପା କିଭଳି ନିଜ ଝିଅକୁ ବିଦେଶରେ ପାଠ ପଢ଼ାଇବା ପାଇଁ ସ୍ୱପ୍ନ ଦେଖୁଛନ୍ତି ଓ ତାକୁ ସାକାର କରିବା ପାଇଁ କିଭଳି ସଂଘର୍ଷ କରୁଛନ୍ତି ତାକୁ ନେଇ ଆଧାରିତ । ଫିଲ୍ମର ଲିଡ୍ ରୋଲ୍ରେ ଇର୍ଫାନ୍ ଖାନ୍ ଥିବାବେଳେ ତାଙ୍କ ଅପଜିଟ୍ରେ ଅଛନ୍ତି କରୀନା କପୁର । ଅନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ରାଧିକା ମଦାନ, ଯିଏକି ଇର୍ଫାନ୍ଙ୍କ ଝିଅ ଭୂମିକାରେ ନଜର ଆସିବେ । ଅନ୍ୟମାନଙ୍କ ମଧ୍ୟରେ ଡିମ୍ପଲ କପାଡିଆ, କିକୁ ଶରଦ ଓ ଦୀପକ ଡୋବ୍ରିଆଲ ଅଛନ୍ତି । ଆସନ୍ତା ମାର୍ଚ୍ଚ ୨୦ରେ ଫିଲ୍ମ ରିଲିଜ ହେବ ।
BREAKING NEWS
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC
- ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ: ମିଡିଆ 11 ଟିମ୍ ଚମ୍ପିୟାନ
- ତମାଖୁଜାତ ଦ୍ରବ୍ୟରୁ ରାଜକୋଷକୁ ୭,୩୪୬ କୋଟି ଟଙ୍କା ଆଦାୟ

Comments are closed.