Latest Odisha News

BREAKING NEWS

ଲକ୍ଷ୍ନୌ କୋର୍ଟରେ ଫୁଟିଲା ବୋମା, ଅନେକ ଓକିଲ ଆହତ

ଲକ୍ଷ୍ନୌ: ଲକ୍ଷ୍ନୌରେ ଚାଂଚଲ୍ୟ । କୋର୍ଟରେ ଫୁଟିଲା ବୋମା । ଲକ୍ଷ୍ନୌ ୱଜିରଗଂଜ କୋର୍ଟ ପରିସରରେ ଆଜି ଅପରାହ୍ନରେ ବୋମା ବିସ୍ଫୋରଣ ହୋଇଛି । ଏଥିରେ ଅନେକ ଓକିଲ ତଥା ଆଇନଜୀବୀ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଂଚି ୩ଟି ଜୀବନ୍ତ ମୋବା ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଲକ୍ଷ୍ନୌ ବାର ଆସୋସିଏଶନ ଅଧ୍ୟକ୍ଷ ସଂଜୀବ ଲୋଧିଙ୍କୁ ଟାର୍ଗେଟ୍ କରି ଏହି ବୋମା ମାଡ ହୋଇଥିବା ସୂଚନା ମିଳିିଛି । କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସୂଚନା ମୁତାବକ, କୋର୍ଟ ପରିସରରେ ଦୁଇ ଜଣ ଆଇନଜୀବୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଜଣେ ଉତ୍‌କ୍ଷିପ୍ତ ହୋଇ ଅନ୍ୟ ଜଣଙ୍କ ଉପରକୁ ବୋମା ମାଡ କରିଥିଲେ । ଏହି ଘଟଣା ସ୍ଥାନୀୟ ଅଚଂଳରେ ଚାଂଚଲ୍ୟ ସୃଷ୍ଟି କରିଛି । ସେପଟେ ଅନ୍ୟ ଆଇନଜୀବୀମାନେ ବୋମାମାଡକୁ ନେଇ ନିଜ ସୁରକ୍ଷା ଦାବି କରିଛନ୍ତି । ଏଥିସହ ପୁରା ଘଟଣାର ତଦନ୍ତ ମଧ୍ୟ ଦାବି କରିଛନ୍ତି ଆଇନଜୀବୀ ।

Leave A Reply

Your email address will not be published.