ମୟୂରଭଞ୍ଜ:ଘରେ ଥିବା ସାମାନ୍ୟ ହାଣ୍ଡିଆ ସବୁ ସ୍ତ୍ରୀ ପିଇ ଦେବାରୁ କାଠ ଫାଳିଆରେ ବାଡ଼େଇ ବାଡ଼େଇ ମାରିଦେଲା ସ୍ୱାମୀ। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଉପରତାଳଡିହା ଗାଁରୁ ଆସିଛି ଅଭିଯୋଗ ।
ମୃତକ ହେଲେ ଗୁରୁ ପ୍ରସାଦ ସିଂଙ୍କ ସ୍ତ୍ରୀ ସୀତା ସିଂ ।
ସୂଚନାଯୋଗ୍ୟ ଯେ, ଗୁରୁପ୍ରସାଦ କାମରୁ ଘରକୁ ଫେରିଥିବା ବେଳେ ଘରେ ପହଞ୍ଚି ହାଣ୍ଡିଆ ପିଇବାକୁ ଖୋଜିଥିଲେ । ହେଲେ ସ୍ତ୍ରୀ ସୀତା ସବୁ ହାଣ୍ଡିଆ ପିଇ ନିଶାସକ୍ତ ହୋଇଯାଇଥିଲେ । ଏହାକୁ ନେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା ଏତେ ଉଗ୍ର ରୂପ ନେଇଥିଲା ଯେ ଘରେ ପଡ଼ିଥିବା କାଠ ଫାଳିଆରେ ସ୍ତ୍ରୀକୁ ବାଡେଇ ବାଡେଇ ହତ୍ୟା କରିଥିଲା ସ୍ୱାମୀ ଗୁରୁ ପ୍ରସାଦ।
ଏ ନେଇ ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହା ସହ ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫ କରିଥିବା ସୂଚନା ରହିଛି ।
Comments are closed.