Latest Odisha News

BREAKING NEWS

ରାସ୍ତା ପାଇଁ ୬ ଘଣ୍ଟିଆ ଆନ୍ଦୋଳନ । ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଓକିଲ ସଂଘ

ଅନୁଗୁଳ : ରାସ୍ତା ପାଇଁ ଆନ୍ଦୋଳନ । ୬ ଘଣ୍ଟିଆ ଅବରୋଧ ଡାକରା ଦେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଓକିଲ ସଂଘ। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ ରାସ୍ତା ଅବରୋଧ କରିଛନ୍ତି ଅନୁଗୁଳ ୫୫ନମ୍ବର ମୁଖ୍ୟ ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ପ୍ରତିଦିନ ଶହଶହ ଲୋକେ ସେହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି । ହେଲେ ରାସ୍ତା ଯେମିତି ମରଣଯନ୍ତା ପାଲଟିଛି । ଗତ ୫ ବର୍ଷ ମଧ୍ୟରେ ୬୦୦ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ବହୁବାର ଅଭିଯୋଗ ହୋଇଥିଲେ ବି କୌଣସି ସମାଧାନ ହୋଇପାରିନି । ଏଯାଏ ଚେତିପାରୁନି ପ୍ରଶାସନ ।

ସହରର ଟ୍ରାଫିକ ଛକ , ରଜ ହୋଟେଲ ଛକ , ହୁଲୁରୁସିଂହା ଆଦି ଜାଗାରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ଫଳରେ ସହ ସହ ଗାଡି ମୋଟର ଅଟକି ରହିଛି । ଆନ୍ଦୋଳନ ସମୟରେ ଜରୁରୀ ସେବା ଯେମିତି ବାଧାପ୍ରାପ୍ତ ହେବନି ସେ ଦିଗରେ ଧ୍ୟାନ ଦିଆ ଯାଇଛି । ଏପଟେ ଅନୁଗୁଳ ଓକିଲ ସଂଘକୁ ତାଳଚେର ଓକିଲ ସଂଘ , ଛେଣ୍ଡିପଦା ଓକିଲ ସଂଘ ମଧ୍ୟ ସମର୍ଥନ ଜଣାଇଛନ୍ତି । ଅନୁଗୁଳର ଅନେକ ଅନୁଷ୍ଠାନ ମଧ୍ୟ ଏହି ଅବରୋଧକୁ ସମର୍ଥନ ଜଣାଇଥିବା ଜଣା ପଡିଛି ।

Leave A Reply

Your email address will not be published.