Latest Odisha News

BREAKING NEWS

ବ୍ୟଞ୍ଜନରେ ତିନି ଦିଅଁ

ଅନୁଗୁଳ – ଭକତ ବିଦୁରର ଯେଉଁ ଶାଗ ଭଜା ଦେଇ ଜଗନ୍ନାଥ ତାଙ୍କ ମନ ତୋଷାଇ ପାରିଥିଲେ । ସେହି ଶାଗ ଭଜାରେ ଆଜି ଆଉ ଜଣେ ଭକତ କାଳିଆର ଚିତ୍ର ଚିତ୍ରଣ କରି ବିଶ୍ୱରୁ ମହାମାରୀ କରୋନା ଦୂର କରିବା ପାଇଁ ଜଗତର ନାଥ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ କରୋନା କଟକଣା ଯୋଗୁଁ ପୁରୀ ଯିବାକୁ ବାରଣ କରା ଯାଇଥିଲା । ଟିଭିରେ ପ୍ରଭୁଙ୍କ ରଥଯାତ୍ରା ଦେଖିବା ପାଇଁ ସରକାର ନିବେଦନ କରିଥିଲେ ।

ଏହାକୁ ସମ୍ମାନ ଜଣାଇ ଶ୍ରୀକ୍ଷେତ୍ର ନଯାଇ ପାରିବାରୁ ନିଜ ଘରେ ଯୁବ ଶିଳ୍ପୀ ରଜତ ରଞ୍ଜନ ନାଥ ଏକ ଭିର୍ଣ୍ଣ ପ୍ରୟାସ କରିଥିଲେ । ଶ୍ରୀ ଜଗନ୍ନାଥଙ୍କର ପ୍ରିୟ ବ୍ୟଞ୍ଜନ ଅର୍ଣ୍ଣ , ବାଇଗଣ ଭଜା , ଶାଗ ଭଜା ଓ ଛୁଇଁ ଭଜାରେ ଚତୁର୍ଦ୍ଧାମୁରତୀଙ୍କ ଚିତ୍ର ଚିତ୍ରଣ କରିଛନ୍ତି । ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଳକର ଗଡ଼ସନ୍ତ୍ରୀ ପଞ୍ଚାୟତର ଗାଙ୍ଗୀଯୋଡ଼ି ଗ୍ରାମର ଯୁବ ଶିଳ୍ପୀ ରଜତ ରଞ୍ଜନ ନାଥ । ଚଳିତ ବର୍ଷ ରଥଯାତ୍ରାକୁ ଯିବା ପାଇଁ ଇଚ୍ଛାଥିଲା । ହେଲେ କୋଭିଡ କଟକଣା ଏଥିରେ ବାଧା ସୃଷ୍ଟି କରିଥିଲା ।

ହେଲେ ଏଥିରେ ବିଚଳିତ ନ ହୋଇ ପଡି ସେ ଅର୍ଣ୍ଣ , ବାଇଗଣ ଭଜା , ଶାଗ ଭଜା ଓ ଛୁଇଁ ଭଜାରେ ଚତୁର୍ଦ୍ଧାମୁରତୀଙ୍କ ଚିତ୍ର ଆଙ୍କି ଏଇଠାରେ ହିଁ ତାଙ୍କୁ ପ୍ରାର୍ଥନା କରିଛନ୍ତି । ଆଉ ଦୁନିଆରୁ କରୋନା ମହାମାରୀ ଦୂର କରିବା ପାଇଁ ପ୍ରାର୍ଥନା କରିଛନ୍ତି । ରଜତ ପୂର୍ବରୁ ଗଲୱାନ ଘାଟିରେ ଗତ ବର୍ଷ ଜୁନ ମାସର ୧୫ ତାରିଖରେ ୨୦ ଯବାନ ସହିଦଙ୍କ ଶ୍ରଦ୍ଧାଞ୍ଜଳି ଉଦେଶ୍ୟରେ ନିଜ କଳା କାରୀଗର ମାଧ୍ୟମରେ ବାଉଁଶରେ ସହିଦ ଯବାନଙ୍କ ଜୀବନ୍ତ ଚିତ୍ର ଆଙ୍କିଥିଲେ ନିଜ ହାତରେ । ନିଜ କଳା ସାହାଯ୍ୟରେ ସହିଦ ଯବାନଙ୍କର ଚିତ୍ରକୁ ଜୀବନ୍ତ ଭାବେ ବାଉଁଶରେ ଚିତ୍ରିତ କରିଛନ୍ତି ।

Leave A Reply

Your email address will not be published.