Latest Odisha News

BREAKING NEWS

ଅନୁଗୁଳରେ ନାବାଳିକାକୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ଅଟକ

ଅନୁଗୁଳ: ଅନୁଗୁଳରେ ଗତ ଶନିବାର ରାତିରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

ଏହି ଘଟଣାରେ ଅମଲାପଡାର ଶିବୁ ପଟନାୟକକୁ ପୋଲିସ ଗିରଫ କରିଥିବା ଜଣାପଡିଛି ।

ଗଣମାଧ୍ଯମକୁ ସୂଚନା ଦେଇ ଅନୁଗୁଳ ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି, ଅଭିଯୁକ୍ତ   ରାତି ପ୍ରାୟ ୨ ରୁ ୪ ଟା ସମୟ ଭିତରେପରେ ଚାଲି ଚାଲି ଆସି ଉତ୍କଳିକା ବାରଣ୍ଡାରେ ଶୋଇଥିବା ନାବାଳିକାକୁ ମାମୁଁ ମାଇଁଙ୍କ ଗହଣରୁ ପାଟି ବନ୍ଦ କରି ଉଠାଇ ନେଇଥିଲା । ସେଠାରୁ ଆହାର କେନ୍ଦ୍ର ପଛ ପଟକୁ ବୋହି ନେଇ ନାବାଳିକାଙ୍କୁ ମାଡ଼ ମାରିବା ସହ ମାରିଦେବାକୁ ଧମକ ଦେଇ ଦୁଷ୍କର୍ମ କରିଥିଲା । ଆଉ ଦୁଷ୍କର୍ମ ପରେ ନାବାଳିକା ଅଚେତ ହୋଇ ଯିବାରୁ ଘଟଣା ସ୍ଥଳରୁ କିଛି ଦୂରରେ ନବାଳିକାକୁ ଫିଙ୍ଗିଦେଇ ଘରକୁ ପଳାଇଥିଲା ।

ପରେ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରିଥିଲା । ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରିବା ପରେ ଶିବୁକୁ ଥାନାକୁ ଆଣି ପଚରାଉଚୁରା କରିଥିଲା । ଶିବୁ ସବୁ କଥା ପୋଲିସ ଆଗରେ ମାନି ନେଇଥିବା  ଅନୁଗୁଳ ଏସପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.