Latest Odisha News

BREAKING NEWS

‘ଇସ୍ରୋ’କୁ ଶୁଭେଚ୍ଛା ଜଣାଇ ଟ୍ରୋଲ ହେଲା ‘ନାସା’

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) କୁ ଶୁଭେଚ୍ଛା ଜଣାଇଛି ବିଶ୍ୱର ସର୍ବବୃହତ୍ତ ସ୍ପେସ ଏଜେନ୍ସି ‘ନାସା’ ।

‘ଇସ୍ରୋ’ ଦ୍ୱାରା ସୋମବାର ଦିନ ଲଞ୍ଚ କରାଯାଇଥିବା ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ ପରେ ‘ନାସା’ ଟ୍ୱିଟ କରି ‘ଇସ୍ରୋ’କୁ ଶୁଭେଚ୍ଛା ଜଣାଇଛି ।

‘ନାସା’ କରିଥିବା ଏହି ଟ୍ୱିଟକୁ କିନ୍ତୁ ଅନେକ ଲୋକ ଠିକରେ ଗ୍ରହଣ କରିନାହାନ୍ତି । କିଛି ଲୋକଙ୍କ କହିବା ଅନୁସାରେ ‘ଇସ୍ରୋ’କୁ ଶୁଭେଚ୍ଛା ଜଣେଇବା ଆଳରେ ‘ନାସା’ ନିଜର ପ୍ରଶଂସା କରୁଛି ।

ତେବେ ‘ନାସା’ ମଧ୍ୟ ଲୋକଙ୍କର ଏହି ଟ୍ରୋଲର ପ୍ରତିଉତ୍ତର ରଖିଛି ।

Leave A Reply

Your email address will not be published.