Latest Odisha News

BREAKING NEWS

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ତଣ୍ଟି କାଟି ହତ୍ୟା ଘଟଣା, ୧୯ ଦିନ ପରେ ଅଭିଯୁକ୍ତକୁ ଧରିଲା ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା କୁଇଓ ଗାଁରେ ଲୋମଟାଙ୍କୁରା ଖୁସି ହତ୍ୟା ଘଟଣାର ୧୯ ଦିନ ପରେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ବେହେରାକୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ଗତ ୮ ତାରିଖ ଦିନ ସକାଳ ପ୍ରାୟ ୧୦ଟା ବେଳେ କୁଇଓ ଅନନ୍ତବେରଣୀ କଲୋନୀର ଖୁସି ନାମକ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ସୌମ୍ୟ ରଞ୍ଜନ ଘରେ ପଶି ତଣ୍ଟି କାଟି ହତ୍ୟା କରିଥିଲା ।

ଆଉ ସେହିଦିନ ଠାରୁ ପୋଲିସକୁ ଚକମା ଦେଇ ଫେରାର୍ ହୋଇ ଯାଇଥିଲା ସୌମ୍ୟ । ତାକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ବିଛାଇ ଥିଲା । ହେଲେ ସୌମ୍ୟ ବାଇକରେ ଆଠମଲ୍ଲିକ ଦେଇ ଝାରସୁଗୁଡ଼ା ଖସି ଯାଇ ଛତିଶଗଡ଼ ଯିବାକୁ ଉଦ୍ୟମ କରୁଥିଲା । ଏ ସମ୍ବନ୍ଧରେ ସୂଚନା ପାଇ ପୋଲିସ ଛତିଶଗଡ଼ ଓ ଝାରସୁଗୁଡ଼ା ସୀମାରୁ ସୌମ୍ୟକୁ କାବୁ କରିବାରେ ସଫଳ ହୋଇଛି ।

ପୋଲିସ ସୌମ୍ୟକୁ ଅନୁଗୁଳ ଆଣିବା ସହ ଘଟଣାସ୍ଥଳକୁ ନେଇ ସିନ୍ ରି କ୍ରିଏଟ୍ କରିଛି । କିଭଳି ହତ୍ୟା କଲା ଓ ଫେରାର୍ ହେଲା ସେସବୁ ମାଜିଷ୍ଟ୍ରେଟ୍ ଓ ପୋଲିସ ଉପସ୍ଥିତିରେ ଦେଖାଇଛି ସୌମ୍ୟ । ତେବେ ପୋଲିସ ହାତରେ ଧରା ପଡ଼ିବା ପୂର୍ବରୁ ଅଭିଯୁକ୍ତ ସୌମ୍ୟ ତାର ଫେସବୁକ ଆକାଉଣ୍ଟରେ ପ୍ରେମ ବିଳାପ କରିଛି । ଖୁସିଙ୍କ ସହ ତାର କିଛି ଫଟୋ ପୋଷ୍ଟ କରି ଖୁସି ଖାଲି ମୋର, ଖୁସି ଇଜ ମାଇଁ ଲାଇଫ ବୋଲି ପୋଷ୍ଟ କରିଛି ଅଭିଯୁକ୍ତ ସୌମ୍ୟ ।

ସୂଚନାଯୋଗ୍ୟ, କଣିହାଁ ଥାନା ବଡ଼ଗୁଣ୍ଡୁରୀ ଗାଁର ସୌମ୍ୟ ରଞ୍ଜନ ଗତ ୮ ତାରିଖରେ ୧୩ ବର୍ଷର ନାବାଳିକା ଖୁସି ଘରେ ସାନ ଭାଇ ସହ ଖେଳୁଥିବା ବେଳେ ହଠାତ୍ ଘର ଭିତରକୁ ଧସେଇ ପଶିଥିଲା । ଖୁସିଙ୍କ ମାଆ ବିରୋଧରେ କରିବାରୁ ତାଙ୍କୁ ଧକ୍କା ପକାଇ ଖୁସିକୁ ଏକ କୋଠରି ଭିତରକୁ ଟାଣି ନେଇ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ଫେରାର ହୋଇ ଯାଇଥିଲା । ତେବେ ସୌମ୍ୟକୁ କାବୁ କରିଥିବା ନେଇ କୌଣସି ବିଦ୍ଧିବଧ ସୂଚନା ପୋଲିସ ଦେଇ ନାହିଁ ।

Leave A Reply

Your email address will not be published.