Latest Odisha News

BREAKING NEWS

କୁଆଖାଇ ନଦୀରେ ଭାସି ଯାଇ ୨ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ଗାଧୋଇବା ବେଳେ ଅଘଟଣ । ଭୁବନେଶ୍ୱର ଉପକଣ୍ଠରେ ଥିବା କୁଆଖାଇ ନଦୀରେ ବୁଡ଼ିଯାଇ ୨ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ୨ ଇଞ୍ଜିନିୟରିଂ ଛାତ୍ର ତମାଣ୍ଡୋର ସ୍ମୃତି ସୌରଭ ପ୍ରଧାନ ଓ ରେଙ୍ଗାଳିର ସତ୍ୟଜିତ୍ ଦାସ ରାତି ସାଢ଼େ ୭ଟା ପାଖାପାଖି ଗାଧୋଇବା ଲାଗି ବାଲିଅନ୍ତା କୁଆଖାଇ ନଦୀକୁ ଯାଇଥିଲେ ।

ଗାଧୋଇବା ବେଳେ ହଠାତ୍ ନଦୀ ଭିତରକୁ ଭାସି ଯାଇଥିଲେ ୨ ଜଣ । ସାହାଯ୍ୟ ପାଇଁ ଉଭୟ ଚିତ୍କାର କରିବା ପରେ କିଛି ସ୍ଥାନୀୟ ଲୋକ ନଦୀକୁ ଡେଇଁ ଉଦ୍ଧାର ପାଇଁ ଉଦ୍ୟମ କରି ଅସଫଳ ହୋଇଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀ ବାଲିପାଟଣାରୁ ପହଞ୍ଚିଥିଲା । ପ୍ରଥମେ ସ୍ମୃତି ଓ ପରେ ସତ୍ୟଜିତଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ ନିଆଯାଇଥିବା ବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.