Latest Odisha News

BREAKING NEWS

ଓକିଲଙ୍କ ଫିସ୍ ଦେବାକୁ ପାଖରେ ଟଙ୍କା ନାହିଁ, ଗହଣା ବିକିଲେ ଅନୀଲ ଅମ୍ବାନୀ

ଲଣ୍ଡନ: ଦିନେ ଦେଶରେ ଟପ୍ ଶିଳ୍ପପତି ତାଲିକାରେ ଥିଲେ ଅନୀଲ ଅମ୍ବାନୀ । ଏବେ ତାଙ୍କର ଆର୍ଥିକ ଅବସ୍ଥା ଏମିତି ଶୋଚନୀୟ ହୋଇଛି ଯେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । କୋର୍ଟରେ ମାମଲା ଲଢ଼ିବା ପାଇଁ ଓକିଲ ଖର୍ଚ୍ଚ ବହନ କରିବାକୁ ତାଙ୍କ ଘରର ଗହଣା ବିକ୍ରି କରିବାକୁ ପଡୁଛି ।

ଋଣ ଭାରରେ ବୁଡ଼ିଛନ୍ତି ରିଲାଏନ୍ସ ଗ୍ରୁପ ମୁଖ୍ୟ ଅନୀଲ ଅମ୍ବାନୀ । ଏସମ୍ପର୍କିତ ମାମଲାର ଶୁଣାଣି ବେଳେ ଲଣ୍ଡନର କୋର୍ଟଙ୍କୁ ଗହଣା ବିକ୍ରି କରିବା ନେଇ ସେ ଅବଗତ କରାଇଛନ୍ତି । ଅନୀଲ କୋର୍ଟଙ୍କୁ ଜଣାଇଛନ୍ତି, ଚଳିତବର୍ଷ ଜାନୁଆରୀରୁ ଜୁନ୍ ଭିତରେ ୯.୯ କୋଟି ଟଙ୍କାର ଗହଣା ବିକ୍ରି କରିଛନ୍ତି ।  ଯେଉଁଥିରେ ସେ ମାମଲା ଲଢ଼ିବା ପାଇଁ ଓକିଲଙ୍କ ପାଉଣା ଭରିଛନ୍ତି । ଏବେ ତାଙ୍କ ପାଖରେ ସେମିତି କିଛି ଦାମୀ ସାମଗ୍ରୀ ଆଉ ନାହିଁ ।

କୋର୍ଟଙ୍କୁ ଅନୀଲ ଅମ୍ବାନୀ ଜଣାଇଛନ୍ତି ଯେ, ସେ ଏକ ସାଧାରଣ ଲୋକର ଜୀବନ ଜିଉଁଛନ୍ତି । କେବଳ ଗୋଟିଏ କାର୍ ବ୍ୟବହାର କରୁଛନ୍ତି । ଚୀନର ତିନିଟ ବ୍ୟାଙ୍କର ଋଣ ଆଣିଥିଲେ ଅନୀଲ ଅମ୍ବାନୀ । ପରିଶୋଧ କରି ପାରି ନାହାନ୍ତି । ଏସମ୍ପର୍କିତ ମାମଲା ଲଣ୍ଡନ ହାଇକୋର୍ଟରେ ଚାଲିଛି ।

ଗତ ମେ ମାସରେ ମାମଲା ଶୁଣାଣି କରି କୋର୍ଟ ଅନୀଲ ଅମ୍ବାନୀଙ୍କୁ ସମ୍ପତ୍ତିର ତାଲିକା ମାଗିଥିଲେ । କୋର୍ଟଙ୍କ ନିର୍ଦ୍ଦେଶରେ ଅମ୍ବାନୀ ସମ୍ପତ୍ତି ନେଇ ସୂଚନା ଦେବା ବେଳେ ନିଜ ଦୁର୍ଦ୍ଦିନ ଓ ଦୁଃସ୍ଥିତିର ଖୁଲ୍ଲାସା କରିଥିଲେ ।

Leave A Reply

Your email address will not be published.