Latest Odisha News

BREAKING NEWS

ରାଜ୍ୟରେ କରୋନାର ନୂଆ ରେକର୍ଡ: ଦିନକରେ ୪୩୫୬ ପଜିଟିଭ୍

ଭୁବନେଶ୍ୱର: ସେପ୍ଟେମ୍ବରରେ ନୂଆ ରେକର୍ଡ କରୁଛି କରୋନା । ମହାମାରୀ ମାଡ଼ି ମାଡ଼ି ଚାଲିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଏଯାଏ ସର୍ବାଧିକ ୪ ହଜାର ୩୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନ୍ ୨୫ ଶହ ୨୯ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧ ହଜାର ୮୨୭ ।

ଗୋଟିଏ ଦିନରେ ସଂକ୍ରମଣରେ ରେକର୍ଡସ୍ତର ଛୁଇଁଛି ଖୋର୍ଦ୍ଧା । ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୯୦୨ ଆକ୍ରାନ୍ତ । କଟକରୁ ୪୦୯, ଅନୁଗୋଳରୁ ୧୯୭, ବାଲେଶ୍ୱରରୁ ୧୯୪ ସଂକ୍ରମିତ ବାହାରିଛନ୍ତି । ମୋଟ୍ ୧୫ ଜିଲ୍ଲାରୁ ଶହେରୁ ଅଧିକ ନୂଆ ପଜିଟିଭ୍ କେସ୍ ସାମନାକୁ ଆସିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫ହଜାର ୪୫୨କୁ ବୃଦ୍ଧି ପାଇଛି । ଏହାରି ଭିତରେ ସୁସ୍ଥ ହୋଇଛନ୍ତି ୧ଲକ୍ଷ ୬୫ ହଜାର ୪୩୨ ସଂକ୍ରମିତ । ଚିକିତ୍ସାଧୀନ ଅଛନ୍ତି ୩୯ ହଜାର ୧୮୪ ଆକ୍ରାନ୍ତ। ରାଜ୍ୟରେ କୋଭିଡ୍ ଟେଷ୍ଟିଂ ବଢିଥିବା ବେଳେ ଚିହ୍ନଟ ହେଉଛନ୍ତି ଅଧିକ ସଂକ୍ରମିତ ।

Leave A Reply

Your email address will not be published.