ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପୁଣି ଅଡୁଆରେ ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଏବଂ ଏମଡି ଅନିଲ ଅମ୍ବାନୀ। ତାଙ୍କୁ ସମନ କରିବା ପରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏବେ କିଛି ବ୍ୟାଙ୍କର୍ଙ୍କୁ ପଚରାଉଚରା ପାଇଁ ଡାକିପାରେ। ୧୭ ହଜାର କୋଟି ଟଙ୍କା ଲୋନ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତାଙ୍କର ଘନିଷ୍ଠ ସହଯୋଗୀଙ୍କୁ ଜବାବ ତଲବ କରିଛି। ଏହା ସହ ୧୨ ରୁ ୧୩ ଟି ବ୍ୟାଙ୍କକୁ ଚିଠି ଲେଖି ସ୍ପଷ୍ଟୀକରଣ ମାଗିଛି। ଏହି ଖବର ଆସିବା ମାତ୍ରେ ଅନିଲ ଅମ୍ବାନୀଙ୍କ କମ୍ପାନୀର ସେୟାର ବୁଡିବାରେ ଲାଗିଛି। ରିଲାୟନ୍ସ ଇନଫ୍ରାଠାରୁ ନେଇ ରିଲାୟନ୍ସ ପାଓ୍ବାର ପର୍ଯ୍ୟନ୍ତର ସେୟାରରେ ଲୋୟର ସର୍କିଟ ଲାଗିଛି।
ଏନଡିଟିଭି ପ୍ରଫିଟ୍ର ଏକ ରିପୋର୍ଟ ଅନୁଯାୟୀ, ଇଡି ୧୨-୧୩ଟି ବ୍ୟାଙ୍କକୁ ଏକ ଚିଠି ପଠାଇଛି, ଯେଉଁଥିରେ ରିଲାଏନ୍ସ ହାଉସିଂ ଫାଇନାନ୍ସ, ରିଲାଏନ୍ସ କମ୍ୟୁନିକେସନ୍ସ ଏବଂ ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ ପାଇଁ ଋଣ ଗ୍ରହଣ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା, ଡିଫଲ୍ଟର ସମୟସୀମା ଏବଂ ଋଣ ଆଦାୟ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ବିବରଣୀ ମାଗିଛି। ଏହି ବ୍ୟାଙ୍କଗୁଡ଼ିକରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆକ୍ସିସ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍ଡିଏଫ୍ସି ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଏବଂ ପଞ୍ଜାବ ଆଣ୍ଡ୍ ସିନ୍ଧ୍ ବ୍ୟାଙ୍କ ଅନ୍ତର୍ଭୁକ୍ତ ହେବାର ସମ୍ଭାବନା ଅଛି। ଯଦି ଲିଖିତ ଉତ୍ତର ସନ୍ତୁଷ୍ଟ ନହୁଏ, ତେବେ ବ୍ୟାଙ୍କର୍ମାନଙ୍କୁ ସମନ କରାଯାଇ ପଚରାଉଚରା କରାଯାଇପାରିବ।
ଅନିଲ ଅମ୍ବାନୀଙ୍କ ପରେ ଏବେ ତାଙ୍କର ଘନିଷ୍ଠ ସହଯୋଗୀଙ୍କୁ ଇଡି ଜବାବ ତଲବ କରିଛି। ଏଥିରେ ତାଙ୍କର ସବୁଠାରୁ ବିଶ୍ବସ୍ଥ ଅମିତାଭ ଝୁନଝୁନଓ୍ବାଲା ଓ ସତୀଶ ସେଠଙ୍କ ଭଳି ନାଁ ରହିଛି। ଏହି ସମସ୍ତଙ୍କୁ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲଏ) ଅନୁଯାୟୀ ପଚରା ଉଚରା ପାଇଁ ଡକାଇଛି। ଗତ କିଛି ଦିନ ହେବ ଲୋନ୍ ଠକେଇ ମାମଲାରେ ଅନିଲ ଅମ୍ବାନୀଙ୍କ କର୍ପୋରେଟ୍ ସାମ୍ରାଜ୍ୟର ଶୀର୍ଷ ଶ୍ରେଣୀର ଅଧିକାରୀଙ୍କୁ ଅତି କମ୍ରେ ୬ଟି ସମନ ଜାରି କରାଯାଇଛି।
୧୨-୧୩ ଟି ସରକାରୀ ଓ ଘରୋଇ ବ୍ୟାଙ୍କକୁ ଚିଠି ଲେଖି ରିଲାୟନ୍ସ ହାଉସିଂ ଫାଇନାନ୍ସ, ରିଲାୟନ୍ସ କମ୍ୟୁନିକେସନ୍ ଓ ରିଲାୟନ୍ସ କମର୍ସିଆଲ ଫାଇନାନ୍ସକୁ ଦିଆଯାଇଥିବା ଲୋନ୍ର ବିବରଣୀ ମାଗିଛି। ଇଡି ଯେଉଁ ବ୍ୟାଙ୍କକୁ ଚିଠି ଲେଖିଛି, ସେଥିରେ ଏସ୍ବିଆଇ, ଆକ୍ସିସ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍ଡିଏଫସି ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଓ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ରହିଛି।
Comments are closed.