Latest Odisha News

ଅନିଲ୍‌ ଦେଶମୁଖଙ୍କୁ ପୁଣି ଝଟ୍‌କା; ୧୫ ଯାଏ ଇଡି ହେପାଜତରେ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଆଜି ମଧ୍ୟ ଆଶ୍ବସ୍ତି ମିଳିନାହିଁ। ମୁମ୍ବାଇର PMLA କୋର୍ଟ ଶୁକ୍ରବାର ଦିନ ଅନିଲ ଦେଶମୁଖଙ୍କୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ହେପାଜତକୁ ପଠାଇଛନ୍ତି।

ଦେଶମୁଖଙ୍କୁ ଗତ ସପ୍ତାହରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ନଭେମ୍ବର ୬ ରେ, କୋର୍ଟ ୭୧ ବର୍ଷୀୟ ଦେଶମୁଖଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲେ ଏବଂ ଇଡି ହେପାଜତ ଦାବିଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାର ଗୋଟିଏ ଦିନ ପରେ ବମ୍ବେ ହାଇକୋର୍ଟ ଦେଶମୁଖଙ୍କୁ ନଭେମ୍ବର ୧୨ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇ ଦେଇଥିଲେ।

ପୂର୍ବତନ ମନ୍ତ୍ରୀ ଶୁକ୍ରବାର ଦିନ PMLA କୋର୍ଟରେ ହାଜର ହୋଇଥିଲେ, କୋର୍ଟ ନଭେମ୍ବର ୧୫ ପର୍ଯ୍ୟନ୍ତ ତାଙ୍କ ହେପାଜତକୁ ବଢାଇଦେଇଛନ୍ତି।

Comments are closed.