Latest Odisha News

BREAKING NEWS

ବିଶିଷ୍ଟ ସାମ୍ବାଦିକ ତଥା ଲେଖକ ଅନିଲ ଧାରକରଙ୍କର ଦେହାନ୍ତ  

ମୁମ୍ବାଇ: ବିଶିଷ୍ଟ ସାମ୍ବାଦିକ ତଥା ଲେଖକ ଅନିଲ ଧାରକରଙ୍କର ପରଲୋକ ହୋଇଛି । ମୁମ୍ବାଇର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୁରୁବାର ତାଙ୍କର ସର୍ଜରୀ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।

ସେ ସ୍ତମ୍ଭକାର ଓ ଲେଖକ ଭାବେ ସକ୍ରିୟ ଥିଲେ । ପିଲ୍ମ ସେନସର ବୋର୍ଡର ପରାମର୍ଶ କମିଟି ସଦସ୍ୟ ସହ ଅନେକ ପଦପଦବୀରେ ସେ ରହିଥିଲେ । ସେ ପ୍ରଥମଥର ବମ୍ବେ ଲିଟେରାରୀ ଫେଷ୍ଟିଭାଲ୍ ଆରମ୍ଭ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ଦାଣ୍ଡି ଯାତ୍ରା ଉପରେ ବହି ‘ଦି ରୋମାନ୍ସ ଅଫ୍ ସଲ୍ଟ’ ଲେଖିଥିଲେ । ଅନିଲ ଧାରକରଙ୍କର ଦି ଇଣ୍ଡିଆନ ଏକ୍ସପ୍ରେସରେ ସ୍ତମ୍ଭକାର ଭାବେ କାର୍ଯ୍ୟ କରୁଥିଲେ । ଅନିଲଙ୍କ ମୃତ୍ୟୁରେ ଅନେକ ବିଶିଷ୍ଟ ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.