Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ହିଂସା: ଟିଏମସି ପାର୍ଟି ଅଫିସରେ ବିସ୍ଫୋରଣ, ୩ ଆହତ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଯାହା ହେବ ବୋଲି ଆଶା କରାଯାଉଥିଲା ତାହା ଘଟିବାରେ ଲାଗିଛି । ଏହାର ଆଉ ଏକ ପ୍ରମାଣ ହେଲା ଶୁକ୍ରବାର ଟିଏମସି ଅଫିସରେ ବିସ୍ଫୋରଣ । ବଙ୍କୁରା ଜିଲାର ଜୋୟପୁରରେ ଥିବା ଏହି ଅଫିସରେ ବିସ୍ଫୋରଣ ଘଟିବା ଫଳରେ ୩ଜଣ ଟିଏମସି କର୍ମୀ ଆହତ ହୋଇଛନ୍ତି । ବାମପନ୍ଥୀ ଓ କଂଗ୍ରେସକୁ ଟିଏମସି ପରୋକ୍ଷରେ ଏଥିପାଇଁ ଦାୟୀ କରିଛି । ଅପରପକ୍ଷରେ ମୂଖ୍ୟ ପ୍ରତିଦ୍ୱନ୍ଦ୍ୱର ବିଜେପି ସମ୍ପୃକ୍ତ ଘଟଣା ପାଇଁ ଟିଏମସି ଦାୟୀ ବୋଲି କହିଛି । ଟିଏମସି କର୍ମୀମାନେ ବୋମା ତିଆରି କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନା ସୃଷ୍ଟି ହୋଇଛି । ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଆବଶ୍ୟକ ମୁତାବକ ପୋଲିସ କର୍ମୀଙ୍କୁ ମୁତୟନ ରଖାଯାଇଛି । ରାଜ୍ୟପାଳ ଜଗଦୀପ ଧାନଖରା ଏଥିନେଇ ପ୍ରତିକ୍ରିୟା ରଖିଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.