Latest Odisha News

BREAKING NEWS

ୟଶରାଜ ସ୍ପାଇ ୟୁନିଭର୍ସ ସହ ଯୋଡି ହେଲେ ଅନୀଲ

ମୁମ୍ବାଇ: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନୀଲ କାପୁର ଅଭିନୟ ଦକ୍ଷତା ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏବେ ବହୁ ଚର୍ଚ୍ଚିତ ୟଶରାଜ ଫିଲ୍ମ ସ୍ପାଇ ୟୁନିଭର୍ସ ସହ ସେ ଯୋଡି ହୋଇଛି । ପ୍ରାରମ୍ଭିକ ରିପୋର୍ଟରେ ସେ କେତେଗୁଡିଏ ଫିଲ୍ମ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ର ଚିଫ ଭାବେ ଗିରିଶ କର୍ଣ୍ଣଡ ଅଭିନୟ କରି ଆସୁଥିଲେ । ଏବେ ତାଙ୍କ ସ୍ଥାନରେ ଅନୀଲ ଏହି ଭୂମିକା କରିବେ । ସେହିପରି ଅଲିୟା ଭଟ୍ଟ ଅଭିନୀତ ମହିଳା ସ୍ପାଇ ଥ୍ରୀଲରରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିବେ । ଏହା ବ୍ୟତୀତ ୱାର ୨ରେ ତାଙ୍କର ଏକ କ୍ୟାମିକ ରହିଛି । ସ୍ପାଇ ୟୁନିଭର୍ସର ଆଗକୁ ହେବାକୁ ଥିବା ଅଧିକାଂଶ ପ୍ରୋଜେକ୍ଟରେ ସେ ଅଂଶବିଶେଷ ରହିବେ ।

ଏଥିପାଇଁ ଏକ ବଡ ଚୁକ୍ତି ମଧ୍ୟ ତାଙ୍କ ସହିତ କରାଯାଇଛି । ଅବଶ୍ୟ ଏ ବାବାଦକୁ ସେ କେତେ ଦାବୀ କରିଛନ୍ତି ତାହା ସ୍ପଷ୍ଟ ହୋଇନି । ତେବେ ଖୁବ ଶୀଘ୍ର ବିଧିବଦ୍ଧ ଭାବେ ଏ ସମ୍ପର୍କରେ ଘୋଷଣା କରାଯିବ ବୋଲି ଜଣାପଡିଛି । ସ୍ପାଇ ୟୁନିଭର୍ସର ସମସ୍ତ ଫିଲ୍ମ ହିଟ ହୋଇଥିବାରୁ ଅନୀଲ ଏଥିସହ ଯୋଡି ହେବା ଦ୍ୱାରା ଫାଇଦାରେ ରହିବେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.