Latest Odisha News

BREAKING NEWS

Odia Film Vaastav: ଧମାକା ହେବ ଓଡିଆ ଫିଲ୍ମ ‘ବାସ୍ତବ’, ନଜର ଆସିବେ ବଲିଉଡର ଆନିମଲ ଆକ୍ଟର

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ରିଲିଜ ହେବ ଓଡିଆ ଫିଲ୍ମ ‘ବାସ୍ତବ’ । ନିଚ୍ଛକ ଓଡିଆ କାହାଣୀକୁ ନେଇ ଫିଲ୍ମ ତିଆରି ହୋଇଛି । ଏଥିରେ ବଲିଉଡ ଷ୍ଟାର ଅଭିନେତା ତୁଷାର ଭୂମିକାରେ ଅଭିନୟ କରିଥିବା ବେଳେ ଅଭିନେତ୍ରୀଭାବେ ଅଙ୍କିତା ରହିଛନ୍ତି। ‘ବାସ୍ତବ’ ଚଳଚ୍ଚିତ୍ର ସହ ଓଲିଉଡରେ ଡେବ୍ୟୁ କରୁଛନ୍ତି ବଲିଉଡ ଅଭିନେତା ତୁଷାର ବେଦୀ। ତୁଷାର ଏହି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଥିବା ବେଳେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ନେଇ ଖୁସିବ୍ୟକ୍ତ ସହ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି ।

ମିଟୁ ମିଥୁନ ଏଥିରେ ପୋଲିସ ଭୂମିକାରେ ଅଭିନୟ କରିଛନ୍ତି । ଓଡିଆଙ୍କୁ ଯେଉଁ ପ୍ରକାରର ଫିଲ୍ମ ଦରକାର ହୁଏ ସେହି ପ୍ରକାରର ଛୁଙ୍କ ଏହି ସିନେମାରେ ଥିବା କୁହାଯାଇଛି । ସେହିପରି ଲୁବୁନ ଟୁବୁନ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ବଦ୍ରିନାଥ ପଟ୍ଟନାୟକ ଫିଲ୍ମର ପ୍ରଜୋଜକ ଅଛନ୍ତି । ଦିପାବଳୀ ଅବସରରେ ଫିଲ୍ମ ରିଲିଜ ହେଉଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

ଜଣେ ନାରୀ କେତେ ଉଗ୍ର ହୋଇପାରେ ତାହାକୁ ନେଇ ଫିଲ୍ମ ପରିବେଷିତ ହୋଇଛି । ଚଳଚିତ୍ରର ମୁଖ୍ୟ ଭୂମିକାରେ ଅଙ୍କିତା ଅଭିନୟ କରିଥିବା ବେଳେ ଅଭିନେତା ତୁଷାର ସପୋର୍ଟ ଷ୍ଟାର ରହିଛନ୍ତି । ସମ୍ପୁର୍ଣ୍ଣ ପରିବାରବର୍ଗ ହଲରେ ଏକାଠି ବସି ଫିଲ୍ମ ଦେଖି ବେସ ମଜା ନେଇପାରିବେ ବୋଲି କୁହାଯାଇଛି ।

‘ବାସ୍ତବ’ରେ ନାୟକ ଭୂମିକାରେ ଅଭିନୟ କରୁଛନ୍ତି ବଲିଉଡରେ କାମ କରୁଥିବା ଓଡ଼ିଆ ପୁଅ ତୁଷାର ବେଦୀ । ସେ ସଂଖ୍ୟାଧିକ ହିନ୍ଦୀ ଧାରାବାହିକ ଓ ସିନେମାରେ ଅଭିନୟ କରିଛନ୍ତି । ୨୦୨୩ରେ ମୁକ୍ତିଲାଭ କରିଥିବା ବ୍ଲକବ୍ଲଷ୍ଟର ବଲିଉଡ ଚଳଚ୍ଚିତ୍ର ‘ଆନିମଲ’ ପାଇଁ ସେ ବେଶ ଚର୍ଚ୍ଚାରେ ରହିଥିଲେ । କେବଳ ଏତିକି ନୁହେଁ ସେ ‘ରକି ଔର ରାନୀ କି ପ୍ରେମ କାହାନୀ’ରେ ମଧ୍ୟ ଅଭିନୟ କରିଛନ୍ତି । ତେବେ ଏହା ତାଙ୍କର ପ୍ରଥମ ଓଡ଼ିଆ ସିନେମା ।

Comments are closed.