Latest Odisha News

BREAKING NEWS

ନିଖୋଜ ବିଲେଇ ପାଇଁ ୧୭ ହଜାର କିମି ଯିବେ ମାଲିକ, ଖର୍ଚ୍ଚ ହେବ ଲକ୍ଷାଧିକ ଟଙ୍କା

ଯଦି ଆପଣ ଜଣେ ପଶୁପ୍ରେମୀ ତେବେ କୁକୁର, ବିଲେଇ ପରି ଗୃହପାଳିତ ପଶୁମାନଙ୍କୁ ଭଲ ପାଉଥିବେ । ନିଜର ସଉକ ପାଇଁ ଅନେକ ଲୋକ ପଶୁପକ୍ଷୀଙ୍କୁ ଘରେ ରଖିଥାନ୍ତି । ସେମାନଙ୍କ ଲାଗି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ବି କରନ୍ତି । ନିଜ ପିଲାମାନଙ୍କ ପରି ସେମାନଙ୍କୁ ଭଲରେ ରଖିବାକୁ ଚେଷ୍ଟା କରିଥାନ୍ତି । ନିକଟରେ ବ୍ରିଟେନରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଗୋଟିଏ ପରିବାର ନିଖୋଜ ବିଲେଇକୁ ଫେରାଇ ଆଣିବା ପାଇଁ ୧୭ ହଜାର କିଲୋମିଟର ଯିବେ ଓ ଏହି ବାବଦରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ବି କରିବେ । ଆସନ୍ତୁ ଜାଣିବା ପୁରା କାହାଣୀ ।

ଲଣ୍ଡନର ଲିସା ଗ୍ରେଗୋରୀ । ପଶୁ ପକ୍ଷୀଙ୍କୁ ବହୁତ ଭଲ ପାଆନ୍ତି । ନିଜ ପିଲାଙ୍କୁ ଯେତିକି ଭଲ ପାଆନ୍ତି ସେତିକି ପଶୁପକ୍ଷୀଙ୍କୁ ବି ସେ ଭଲ ପାଆନ୍ତି । ଲିସା ନିଜ ଘରେ ଏକ ବିଲେଇ ପାଳିଥିଲେ । ତାର ନାଁ ରଖିଥିଲେ ତଲ୍ଲୁଲ୍ଲା । ୨୦୧୭ ମସିହାରେ ବିଲେଟି ହଠାତ୍ ନିଖୋଜ ହୋଇଯାଇଥିଲା । ସେତେବେଳେ ବିଲେଇଟି ୧୮ ମାସର ହୋଇଥିଲା । ପରିବାର ଲୋକେ ବହୁତ ଖୋଜାଖୋଜି କଲେ, ହେଲେ କୌଣସି ସନ୍ଧାନ ପାଇଲେ ନାହିଁ । ଏନେଇ ପୋଲିସକୁ ଖବର ଦେଇଥିଲେ । ଖବରକାଗଜରେ ବିଜ୍ଞାପନ ମଧ୍ୟ ଦିଆଯାଇଥିଲା କିନ୍ତୁ ବିଲେଇର କୌଣସ ଖୋଜ ଖବର ନ ଥିଲା । ଲିସା କୁହନ୍ତି, ଆମ ଘର ସାମ୍ନାରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ସେ ସନ୍ଦେହ କରୁଥିଲେ । କାରଣ ତାଙ୍କ ବିଲେଇକୁ ସେ ସବୁଦିନ ଖାଇବାକୁ ଦେଇଥାନ୍ତି । ଉକ୍ତ ବ୍ୟକ୍ତି ନିଶ୍ଚୟ ତାଙ୍କୁ ଉଠାଇ ନେଇଥିବେ ବୋଲି ଆମର ଧାରଣା ଥିଲା । ଆମ ବିଲେଇକୁ ପାଇବା ପାଇଁ ଆମ ସକ୍ଷମ ଅନୁସାରେ ଚେଷ୍ଟା କରିଛୁ । ଯେମିତି କି ପଡ଼ିଶା ଘର କବାଟ ବାଡ଼େଇ ପଚାରିଛୁ, ସୋସିଆଲ ମିଡିଆରେ ସେୟାର କରିଛୁ, ସମ୍ପର୍କୀୟଙ୍କ ଘରେ ଖୋଜିଛୁ ତଥାପି ତଲ୍ଲୁଲ୍ଲାର କୌଣସି ଖବର ମିଳିଲା ନାହିଁ । ଶେଷରେ ଆମେ ନିଶ୍ଚିତ ଥିଲୁ ଯେ ସେ ମରି ଯାଇଥିବେ କିମ୍ବା ଅନ୍ୟ କେଉଁ ସ୍ଥାନକୁ ଚାଲିଯାଇଥିବ ଯେଉଁଠାରୁ ସେ ଫେରି ପାରୁ ନ ଥିବ ।

ଲିସା କହିଛନ୍ତି, ହଠାତ୍ ଆମ ପାଖକୁ ଆରଏସପିସିଏରୁ ଇମେଲ ଆସିଲା,ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲୁ । ଏଥିରେ ତାଲ୍ଲୁଲ୍ଲାର ଚିତ୍ର ଥିଲା ଏବଂ କେଣ୍ଟିଶ୍ ଟାଉନରେ ଥିବା ଆମର ପୁରୁଣା ଘର ନିକଟରେ ସେ ବୁଲୁଥିବାର ଦେଖିବାକୁ ମିଳିଥିଲା । ତଲ୍ଲୁଲ୍ଲା ଦେହରେ ମାଇକ୍ରୋଚିପ୍ ଲଗାଯାଇଥିଲା, ଯାହାଫଳରେ ତାକୁ ସହଜରେ ଚିହ୍ନଟ କରାଯାଇପାରିଥିଲା । ଆରଏସପିସିଏ ପକ୍ଷରୁ ତାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା । ପରେ ଏନେଇ ମୋତେ ମେଲ ଆସିଲା ।
ଏବେ ତଲ୍ଲୁଲ୍ଲା ସାଢେ ୭ ବର୍ଷର ହେଲାଣି । ଯେଉଁ ସ୍ଥାନଟି ମିଳିଲା ତାହା ପ୍ରାୟ ୧୭ ହଜାର କିଲୋମିଟର ଦୂରରେ । ସେଠାରୁ ଏହାକୁ ଆଣିବା ପାଇଁ ଅନେକ ନିୟମ ମାନିବାକୁ ପଡ଼ିବ । ସେଥିଲାଗି ପ୍ରାୟ ୧୨ ମାସ ସମୟ ଲାଗିଯିବ । ସର୍ବପ୍ରଥମେ, ଅଷ୍ଟ୍ରେଲିଆରେ ପଞ୍ଜୀକରଣ କରିବାକୁ ପଡିବ । ବିଲେଇଟି ଆମର ବୋଲି ପ୍ରମାଣ କରିବାକୁ ପଡିବ । ସେଠାରେ ଆଇନ ଅନୁଯାୟୀ ରକ୍ତ ପରୀକ୍ଷା ଇତ୍ୟାଦି କରାଯିବ, ଯାହାଦ୍ୱାରା ଯେମିତି କୌଣସି ରୋଗ ନ ହୁଏ । ପରେ ଅନେକ ଦିନ କ୍ୱାରାଣ୍ଟିନରେ ବି ରହିବାକୁ ପଡିବ । ଏହି ସବୁ ପାଇଁ ଖର୍ଚ୍ଚ ହେବ ୨,୩୦୦ ଡଲାର ବା ପ୍ରାୟ ଦୁଇ ଲକ୍ଷ ଟଙ୍କା ବୋଲି ଲିସା କହିଛନ୍ତି ।

Leave A Reply

Your email address will not be published.