ବ୍ରହ୍ମପୁର: ପୋଲିସ କନଷ୍ଟେବଳ ଲିଖିତ ପରୀକ୍ଷା ବେଳେ ନକଲି ପ୍ରଶ୍ନପତ୍ର ଭାଇରାଲ କରିଥିବା ଦୁଇ ଯୁବକଙ୍କ ନାଁରେ ବ୍ରହ୍ମପୁର ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନାରେ ମାମଲା ରୁଜୁ ହୋଇଛି। ବ୍ରହ୍ମପୁର ଟାଉନ ଥାନାର ଏସଆଇ ରାଜକିଶୋର ପାତ୍ରଙ୍କ ଏତଲାକୁ ଭିତ୍ତି କରି ଦୁଇ ଯୁବକଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି। ମାମଲା ରୁଜୁ ହୋଇଥିବା ଏହି ଦୁଇ ଯୁବକଙ୍କ ମଧ୍ୟରେ ଖବର ପ୍ରସାରଣ କରିଥିବା ଛତ୍ରପୁରର ଜଣେ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ରହିଛନ୍ତି। ଘଟଣାକୁ ନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
ସୂଚନାପ୍ରକାରେ, ଓଡ଼ିଶା ପୋଲିସର କନଷ୍ଟେବଳ ପଦ ପାଇଁ ବ୍ରହ୍ମପୁର ୫ଟି ପରୀକ୍ଷା କେନ୍ଦ୍ରରେ ଲିଖିତ ପରୀକ୍ଷା ରବିବାର ହୋଇଥିଲା। ଏହି ୫ଟି କେନ୍ଦ୍ର ମଧ୍ୟରେ ଖଲ୍ଲିକୋଟ ଏକକ ବିଶ୍ବିଦ୍ୟାଳୟ ମଧ୍ୟ ଏକ ପରୀକ୍ଷା କେନ୍ଦ୍ର ଥିଲା। ସକାଳ ୧୦ରୁ ୧୨ ଟା ଯାଏଁ ପରୀକ୍ଷା ହୋଇଥିଲା। ଏହି କେନ୍ଦ୍ରରେ ଶତାଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିଲେ। ତେବେ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ବ୍ରହ୍ମପୁରର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏକ ପରୀକ୍ଷା ପ୍ରଶ୍ନ ପତ୍ର ଭାଇରାଲ ହୋଇଥିଲା। ଯାହା ଚଳିତ ପରୀକ୍ଷାର ପ୍ରଶ୍ନପତ୍ର ବୋଲି କୁହାଯାଇଥିଲା। ସେହିପରି ଏକ ବୈଦ୍ୟୁତିକ ଗଣମାଧ୍ୟମ ଏହାକୁ ଖବର ଭାବେ ପ୍ରସାରିତ ମଧ୍ୟ କରି ଦେଇଥିଲେ। ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ କାର୍ଯ୍ୟରତ ଥିବା ଟାଉନ ଥାନାର ଏସଆଇ ରାଜକିଶୋର ପାତ୍ରଙ୍କ ମୋବାଇଲକୁ ମଧ୍ୟ ଏହି ନକଲି ପ୍ରଶ୍ନପତ୍ର ଓ ପ୍ରସାରିତ ଖବର ପହଞ୍ଚିଥିଲା। ଏପଟେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଖବର ଶୁଣି କେନ୍ଦ୍ରରେ ଦେଉଥିବା ଶତାଧିକ ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଘଟଣାକୁ ନେଇ ଏସଆଇ ନିଜେ ଯାଞ୍ଚ କରିବା ସହ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ନେଇ ସଂପୃକ୍ତ ଗଣମାଧ୍ୟମର ପ୍ରତିନିଧିଙ୍କୁ ଯୋଗାଯୋଗ କରାଯାଇଥିଲା। ରମ୍ଭା ଥାନା ଅନ୍ତର୍ଗତ କଣ୍ଟିଆଗୁଡା ଅଞ୍ଚଳର ଜଣେ ଯୁବକ ତାଙ୍କୁ ଏହି ପ୍ରଶ୍ନପତ୍ର ଦେଇଥିବା ଗଣମାଧ୍ୟମ ପ୍ରତିନିଧି ଜଣଙ୍କ ପୋଲିସକୁ କହିଥିଲେ। ସେହିକ୍ରମରେ ପୋଲିସ ସଂପୃକ୍ତ ଯୁବକଙ୍କୁ ଯୋଗାଯୋଗ କରିଥିଲା। ଯାଞ୍ଚ ବେଳେ ସଂପୃକ୍ତ ଯୁବକ ଜଣଙ୍କ ପୁରୁଣା ପ୍ରଶ୍ନପତ୍ର ସଂଗ୍ରହ କରି ତାକୁ ଏଡିଟ କରିବା ପରେ ଚଳିତବର୍ଷର ପ୍ରଶ୍ନପତ୍ର ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଛାଡି ଦେଇଥିବା ପୋଲିସ ଜାଣିବାକୁ ପାଇଥିଲା। ଏହାକୁ ଆଜିର ପ୍ରଶ୍ନପତ୍ର ବୋଲି ଭାବି ଗଣମାଧ୍ୟମ ପ୍ରତିନିଧି ଜଣଙ୍କ ଖବର ପ୍ରସାରିତ କରିଥିଲେ ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଥିଲା। ତେବେ ନକଲି ପ୍ରଶ୍ନପତ୍ର ଭାଇରାଲ ଓ ଗଣମାଧ୍ୟମରେ ଖବର ପ୍ରସାରଣ ଯୋଗୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ସେହି କେନ୍ଦ୍ରରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜାଇଥିଲା। ଏହି ନକଲି ପ୍ରଶ୍ନପତ୍ର ଓ ଖବର ଜନସାଧାଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା। ତେଣୁ ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଏସଆଇ ରାଜକିଶୋର ପାତ୍ର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
BREAKING NEWS
- Odisha’s new Governor:ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ;ଶପଥ ପାଠ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି
- ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା!୪ କି.ମି.ଖଟିଆରେ ବୁହାହେଲେ ମା’ ଓ ନବଜାତ ଶିଶୁ
- France in flames: ଜଳୁଛି ଫ୍ରାନ୍ସ; ଦୁଇଟି ବିଶ୍ୱଯୁଦ୍ଧର ଝଡ଼ ସହିଥିଲା, ଦଙ୍ଗାର ନିଆଁରେ ଛାରଖାର ୧୪୩ ବର୍ଷର ଐତିହାସିକ ଟାଉନ୍ ହଲ୍!
- Odisha Durga Puja 2026: ମା’ ଦୁର୍ଗାଙ୍କ ଆରାଧନାରେ ଭକ୍ତିମୟ ପରିବେଶ..ଆଜି ମଣ୍ଡପରେ ମହାସପ୍ତମୀ ପୂଜା, ପୀଠରେ ମହାଷ୍ଟମୀ
- Gwalior Temple Tragedy:ମନ୍ଦିର କାନ୍ଥ ଭାଙ୍ଗି ଭିତରକୁ ପଶିଲା ଟ୍ରକ୍; ଚାପି ହୋଇ ୧୩ ଭକ୍ତଙ୍କ ମୃତ୍ୟୁ
- Chorbagan Sarbojanin Durga Pandal Stampede:ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି;ମୁଖ୍ୟମନ୍ତ୍ରୀଙ୍କ ଘୋଷଣା-ମୃତକଙ୍କ ପରିବାରକୁ ୨୫ ଲକ୍ଷର କ୍ଷତିପୂରଣ ଓ ସରକାରୀ ଚାକିରି
- ଫ୍ରାନ୍ସରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନକାରୀ ଓ ଛାତ୍ରଙ୍କ ଆନ୍ଦୋଳନ ସମୟରେ ହିଂସା ସହ ପୋଡ଼ାଜଳା
- Stampede at Durga Puja pandal:ଦୁର୍ଗାପୂଜାରେ ଦଳାଚକଟା; ୧୭ ମୃତ, ୪୦ଆହତ
- ଗର୍ଭବତୀ ସାମ୍ବାଦିକାଙ୍କୁ ଧକ୍କା ମାମଲା: ତେଜିଲା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
- ଅନ୍ତର୍ଜାତୀୟ ବଡି ବିଲଡର ଜନ୍ମେଜୟ ମହାନ୍ତିଙ୍କ ପରଲୋକ

Comments are closed.