Latest Odisha News

BREAKING NEWS

ଅଭିନୟ ଛାଡିବେ ଅଭିନେତ୍ରୀ ଅନୀତା ହସାନନ୍ଦାନୀ!

ମୁମ୍ବାଇ: ଅଭିନୟରୁ ବିଦାୟ ନେବେ ଅଭିନେତ୍ରୀ ଅନୀତା ହସାନନ୍ଦାନୀ। ତେବେ ଏମିତି ଏକ ଖବର ସେ ତାଙ୍କ ପ୍ରଶଂସକଙ୍କ ସହ ସେୟାର୍‌ କରିଛନ୍ତି।

ତେବେ ସେ ଏଭଳି ନିଷ୍ପତ୍ତି ମହାମାରୀ କାରଣରୁ ନୁହେଁ ବରଂ ନିଜ ନବଜାତ ଶିଶୁପୁତ୍ର ପାଇଁ ନେଇଥିବା ଜଣାପଡ଼ିଛି।

ସେ ଏହି ସମୟରେ ଅନ୍ୟ କୌଣସି କାମରେ ଧ୍ୟାନ ଦେଇ ନିଜ ପୁଅ ସହିତ ଘରେ ରହିବାକୁ ଚାହୁଁଥିବା କହିଛନ୍ତି ଅନୀତା।

ସେ ଏତେ ଶୀଘ୍ର ନିଜ କର୍ମସ୍ଥଳୀକୁ ଫେରିବାର କୌଣସି ଯୋଜନା ରଖିନାହାନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ “ମୁଁ ସ୍ଥିର କରିଥିଲି ଯେ ଯେତେବେଳେ ବି ମୋର ସନ୍ତାନ ହେବ, ମୁଁ ଏହି ଇଣ୍ଡଷ୍ଟ୍ରି ଛାଡିଦେବି ଏବଂ ମୋର କାମ ମଧ୍ୟ। ମୁଁ ସବୁବେଳେ ମା ହେବା ଉପରେ ଧ୍ୟାନ ଦେବାକୁ ଚାହୁଁଥିଲି। ଏହି ସମୟରେ ମୁଁ କେବଳ ମୋ ପିଲା ଉପରେ ଧ୍ୟାନ ଦେବାକୁ ଚାହୁଁଛି ବୋଲି କହିଛନ୍ତି ଅନୀତା।

Leave A Reply

Your email address will not be published.