Latest Odisha News

BREAKING NEWS

ଗୁଳି ବିନିମୟରେ ଟଳିଲା ସିନିୟର କ୍ୟାଡର ମାଓବାଦୀ

ଭୁବନେଶ୍ବର : ଓଡ଼ିଶା ପୋଲିସ୍‌କୁ ସଫଳତା । ପୋଲିସ ଗୁଳିରେ ନିହତ ହୋଇଛି ସିନିୟର କ୍ୟାଡର ମାଓବାଦୀ । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ବରଗଡ଼ ଖଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ପୋଲିସ ଟିମ୍ ଉପରକୁ ଗୁଳି ମାଡ କରିଥିଲେ ମାଓବାଦୀ । ଯାହାର ଜବାବ ଦେଇଥିଲା ପୋଲିସ । ପାଲଟା ଗୁଳି ବିନିମୟରେ ଜଣେ ସିନିୟର କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ଗୋଟିଏ ଏକେ ୪୭ ବନ୍ଧୁକ ସହିତ ୩ଟି ମାଗାଜିନ୍ ଜବତ କରିଛି ପୋଲିସ । ଏହି ଘଟଣଶ ପରେ ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ତେବେ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିବେଦନ କରିଛନ୍ତି ପୋଲିସ ଡିଜି ।

ସେହିପରି ଆଇଜି ଅପରେସନ ଅମିତାଭ ଠାକୁର କହିଛନ୍ତି, ମାଓବାଦୀଙ୍କ ମେଳି ନେଇ ପୋଲିସ ପାଖରେ ଖବର ପହଞ୍ଚିଥିଲା । ବିଳମ୍ବିତ ରାତିରେ ଆରମ୍ଭ ହୋଇଥିଲା ଅପରେସନ । ତେବେ ଆଜି ସକାଳେ କମ୍ବିଂ ଅପରେସନ ବେଳେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯବାନଙ୍କ ଗୁଳିରେ ସିନିୟର ମାଓବାଦୀ ନିହତ ହୋଇଛି । ମୃତ ସିନିୟର ମାଓବାଦୀର ନାଁ ରବୀନ୍ଦ୍ର । ସେ ବରଗଡ଼ର ଡେପୁଟି କମାଣ୍ଡାଣ୍ଟ ଥିଲା । ଏନକାଉଣ୍ଟର ସମୟରେ ଘଟଣାସ୍ଥଳରେ ୧୨ରୁ ୧୪ ଜଣ ମାଓବାଦୀ ଥିଲେ । ଅପରେସନ ପରେ ମାଓବାଦୀମାନେ ଛତିଶଗଡ଼ ଆଡକୁ ଛତ୍ରଭଙ୍ଗ ଦେଇଥିବା କହିଛନ୍ତି ଆଇଜି ଅପରେସନ ଅମିତାଭ ଠାକୁର । ଏନେଇ ଛତିଶଗଡ଼ ପୋଲିସ ସହ ଯୋଗାଯୋଗ କରାଯାଇଥିବା କହିଛନ୍ତି ଅମିତାଭ ଠାକୁର ।

Leave A Reply

Your email address will not be published.