Latest Odisha News

BREAKING NEWS

ସତ ଉଗାରିବ ବିବନ: ଆଜିଠୁ ଦୁଇ ଦିନିଆ ରିମାଣ୍ଡରେ ଯିବ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମର ମାଷ୍ଟରମାଇଣ୍ଡ

ଭୁବନେଶ୍ୱର: ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିବନର ଟିଆଇ ପରେଡ ସରିଛି । ଆଜିଠୁ ରିମାଣ୍ଡରେ ଯିବ ଅଭିଯୁକ୍ତ । ଆଜିଠୁ ବିବନକୁ ଦୁଇ ଦିନିଆ ରିମାଣ୍ଡରେ ନେବ ସିବିଆଇ । ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ କରିବ । ତା ମୁହଁରୁ ଘଟଣାର ସତ ବାହାର କରିବ ତଦନ୍ତକାରୀ ଟିମ୍ ।

କୁତ୍ସିତ କାରନାମା କରିବା ପରେ କେମିତି ରାଜ୍ୟ ବାହାରକୁ ଚମ୍ପଟ ମାରିଥିଲା ? କାହା ପ୍ରରୋଚନାରେ ଜଘନ୍ୟକାଣ୍ଡ ଘଟାଇଥିଲା କି ? କେଉଁମାନେ ଫେରାର କରାଇବାରେ ସହଯୋଗ କରିଥିଲେ ?  ରାଜ୍ୟ ବାହାରେ କିଏ ସହଯୋଗ କରିଥିଲେ କି ? ପରିବାର ଲୋକଙ୍କ ସହ ସମ୍ପର୍କରେ ଥିଲା କି ନାହିଁ ? କେମିତି ନାଁ ବଦଳାଇ ଲୁଚିଥିଲା ଓ କେଉଁ ସ୍ଥାନରେ ରହିଥିଲା ?

ରିମାଣ୍ଡ ବେଶେ ବିବନକୁ ବାରଙ୍ଗ ରାସ୍ତାରେ ଯେଉଁ ସ୍ଥାନରେ ଘଟଣା ଘଟିଥିଲା ସେଠାକୁ ନେଇ ସିବିଆଇ କ୍ରାଇମ ସିନ୍ ରିକ୍ରିଏସନ୍ କରିପାରେ । ଡାକ୍ତରୀ ମାଇନା ସହ ଅଭିଯୁକ୍ତର ବୟାନ ରେକର୍ଡ କରାଯିବ । ସାକ୍ଷୀମାନଙ୍କର ବି ବୟାନ ରେକର୍ଡ କରିପାରେ ସିବିଆଇ । ଆବଶ୍ୟକ ହେଲେ ବିବନକୁ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆଣିବା ପାଇଁ ସିବିଆଇ କୋର୍ଟରେ ଆବେଦନ କରିପାରେ ।

ଗତକାଲି ଭୁବନେଶ୍ୱର ଝାରପଡ଼ା ଜେଲରେ ବିବନର ଟିଆଇ ପରେଡ ହୋଇଥିଲା । ତାକୁ ଚିହ୍ନଟ କରିଥିଲେ ଅଞ୍ଜନା ମିଶ୍ର । ତାସହ ଘଟଣାଦିନ ଅଞ୍ଜନାଙ୍କ କାର୍ ଡ୍ରାଇଭର ଥିବା ନୀଳକଣ୍ଠ ରାଉତ ବି ବିବନକୁ ଟିଆଇ ପରେଡରେ ଚିହ୍ନଟ କରିଛନ୍ତି ।

Leave A Reply

Your email address will not be published.