Latest Odisha News

BREAKING NEWS

ବିବନକୁ ଚିହ୍ନଟ କରିବେ ଅଞ୍ଜନା, ଆଉ କିଛି ସମୟ ପରେ ଝାରପଡ଼ା ଜେଲରେ ଟିଆଇ ପରେଡ୍

ଭୁବନେଶ୍ୱର: ୨୨ବର୍ଷ ପରେ ଗଣଦୁଷ୍କର୍ମର ମାଷ୍ଟରମାଇଣ୍ଡକୁ ଚିହ୍ନଟ କରିବେ ଅଞ୍ଜନା ମିଶ୍ର । ମୁଖ୍ୟ ଅଭିଯୁକ୍ତ ବିବନକୁ ଚିହ୍ନିବେ ଅଭିଯୋଗକାରିଣୀ । ଆଉ କିଛି ସମୟ ପରେ ଭୁବନେଶ୍ୱର ଝାରପଡ଼ା ଜେଲରେ ବିବନର ହେବ ଟିଆଇ ପରେଡ । ଏଥିପାଇଁ ଗତକାଲି ସିବିଆଇକୁ ଅନୁମତି ଦେଇଥିଲେ ସିବିଆଇ ସେସ୍ପାଲ୍ ଜଜ୍ । ଘଟଣାର ଦୁଇ ଦଶନ୍ଧି ପରେ ବିବନକୁ ଚିହ୍ନଟ କରିବେ ଅଞ୍ଜନା ମିଶ୍ର ।

ସେହିପରି ଟିଆଇ ପରେଡରେ ସାମିଲ ହୋଇପାରନ୍ତି ଅଞ୍ଜନାଙ୍କ ଗାଡ଼ି ଡ୍ରାଇଭର ନୀଳକଣ୍ଠ ରାଉତ । ସେଦିନ ସେ ଅଞ୍ଜନାଙ୍କ କାର୍ ଚଳାଉଥିଲେ । ସେ ଟିଆଇ ପରେଡ ବେଳେ ଅଞ୍ଜନାଙ୍କ ସହ ସାମିଲ ହେବେ ବୋଲି ସୂଚନା ମିଳିଛି । ଟିଆଇ ପରେଡରେ ଅଭିଯୁକ୍ତକୁ ଅଞ୍ଜନା ଚିହ୍ନଟ କରିବା ପରେ ପରବର୍ତ୍ତୀ ପଦକ୍ଷେପ ଆରମ୍ଭ କରିବ ସିବିଆଇ ।

ଆସନ୍ତାକାଲିଠୁ ବିବନକୁ ଦୁଇ ଦିନିଆ ରିମାଣ୍ଡରେ ନେଇ ଜେରା କରିବ ସିବିଆଇ । କୁତ୍ସିତ କାରନାମା କରିବା ପରେ କେମିତି ରାଜ୍ୟ ବାହାରକୁ ଚମ୍ପଟ ମାପିଥିଲା ? କାହା ପ୍ରରୋଚନାରେ ଜଘନ୍ୟକାଣ୍ଡ ଘଟାଇଥିଲା କି ? କେଉଁମାନେ ଫେରାର କରାଇବାରେ ସହଯୋଗ କରିଥିଲେ ? ରାଜ୍ୟ ବାହାରେ କିଏ ସହଯୋଗ କରିଥିଲେ କି ? କେମିତି ନାଁ ବଦଳାଇ ଲୁଚିଥିଲା ଓ କେଉଁ ସ୍ଥାନରେ ରହିଥିଲା ? ରିମାଣ୍ଡରେ ଜେରା ବେଳେ ଅଭିଯୁକ୍ତ ବିବନ ମୁହଁରି ଏସବୁ ପ୍ରଶ୍ନର ସତ ବାହାର କରିବ ସିବିଆଇ ।

Leave A Reply

Your email address will not be published.