Latest Odisha News

ପ୍ରସିଦ୍ଧ କଳାକାର ଅଞ୍ଜୁମ ସିଂଙ୍କର କର୍କଟରେ ମୃତ୍ୟୁ

ନୂଆଦିଲ୍ଲୀ: ଜଣାଶୁଣା ଭାରତୀୟ କଳାକାର ଅଞ୍ଜୁମ ସିଂଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ପ୍ରାୟ ୬ ବର୍ଷ ଧରି କର୍କଟ ରୋଗରେ ପୀଡିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। କଳା ସଂଗ୍ରହକାରୀ ‘କିରଣ ନାଦର ସଂଗ୍ରହାଳୟ’ ଏହି ସୂଚନା ଦେଇଛି। ନାଦର ମ୍ୟୁଜିୟମ୍ ଅଫ୍ ଆର୍ଟ କହିଛନ୍ତି, “ଅଞ୍ଜୁମ ସିଂଙ୍କର ଦେହାନ୍ତ ହୋଇଛି। ସେ ଜଣେ ଉଜ୍ଜ୍ୱଳ କଳାକାର ଥିଲେ। ୨୦୧୪ରେ, ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ।

ଅଞ୍ଜୁମ୍ ଜଣାଶୁଣା ଚିତ୍ରକାର ଅର୍ପିତା ଏବଂ ପରମଜିତ୍ ସିଂଙ୍କ ଝିଅ ଥିଲେ। ସେ ଶାନ୍ତିନିକେତନର କାଲା ଭବନରୁ ଲଳିତ କଳାରେ ସ୍ନାତକ ହାସଲ କରିଥିଲେ। ଏହା ପରେ ସେ ଦିଲ୍ଲୀର ଆର୍ଟ କଲେଜରୁ ଏହି ବିଷୟରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ତାଙ୍କର ଶେଷ ସୋ ‘ଆଇ ଆମ୍‌ ଷ୍ଟିଲ୍ ହିୟର’ ଗତ ବର୍ଷ ଦିଲ୍ଲୀର ତାଲୱାର ଗ୍ୟାଲେରୀରେ ପ୍ରଦର୍ଶିତ ହୋଇଥିଲା। ଏଥିରେ ପ୍ରଦର୍ଶିତ କଳାକୃତି କର୍କଟ ସହିତ ଲଢିବା ପାଇଁ ତାଙ୍କ ଯାତ୍ରା ଉପରେ ଆଧାରିତ ଥିଲା।

Comments are closed.