Latest Odisha News

BREAKING NEWS

ଜଳେଶ୍ୱରରୁ ପୁଣି ୬ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ

ବାଲେଶ୍ୱର: ବ୍ରାଉନସୁଗର ବେପାର ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର । ପୁଣି ବ୍ରାଉନସୁଗର ଜବତ ହୋଇଛି । ଜଳେଶ୍ୱରରୁ ଜଣେ ବ୍ୟକ୍ତିଙ୍କ ନିକଟରୁ ୬୮ ଗ୍ରାମ୍‌ ବ୍ରାଉନସୁଗର ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ସାଢ଼େ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ।

ଜଳେଶ୍ୱର ଥାନା ଅନ୍ତର୍ଗତ ହଟଛକ ନିକଟରେ ଚଢାଉ କରିଥିଲା ପୋଲିସ୍ । ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ତା ନିକଟରୁ ୩ ଲକ୍ଷ ୨୨ ହଜାର ଟଙ୍କା ମଧ୍ୟ ଜବତ କରିଛି ଜଳେଶ୍ୱର ଥାନା ପୋଲିସ ।

କେଉଁଠୁ ସେ ଆଣୁଥିଲା ବ୍ରାଉନସୁଗର ? କେଉଁ କେଉଁ ଅଞ୍ଚଳରେ ବିକ୍ରି କରୁଥିଲା ? କିଏ କିଙ୍ଗପିନ୍ ଓ ରାକେଟର ଚେର କେଉଁ ଯାଏଁ ଲମ୍ବିଛି ? ଅଭିଯୁକ୍ତକୁ ଅଧିକ ପଚରାଉଚରା ଜାରି ରହିଛି ଜଳେଶ୍ୱର ଥାନା ପୋଲିସ ।

Leave A Reply

Your email address will not be published.