Latest Odisha News

ସ୍ୱାମୀ ବିକିଙ୍କୁ ଗୋଇଠା ମାରିଲେ ଅଙ୍କିତା

ମୁମ୍ବାଇ: ଛୋଟପରଦାର ସୁବୁଠୁ ବେଶୀ ଲୋକପ୍ରିୟ ଓ ବିବାଦୀୟ ଶୋ ହେଉଛି ବିଗ୍ ବସ୍ । ବିଗ୍‌ବସ୍ ସିଜିନ୍‌୧୭ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚାକୁ ଆସିଛି । ଶୋ’ ଆରମ୍ଭରୁ ହିଁ ଘରଲୋକଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବାକୁ ମିଳିଛି । ଏଥର ଟିଭି ସେଲିବ୍ରିଟିମାନଙ୍କ ସହିତ କଣ୍ଟେଣ୍ଟ କ୍ରିଏଟରମାନେ ମଧ୍ୟ ଶୋ’ରେ ପ୍ରତିଯୋଗୀ ଭାବେ ସାମିଲ ହୋଇଛନ୍ତି । ପ୍ରଥମ ସପ୍ତାହରୁ ହିଁ ଲୋକପ୍ରିୟ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କର ତାଙ୍କ ସ୍ୱାମୀ ବିକି ଜୈନଙ୍କ ସହ ଅନେକ ଥର ଝଗଡ଼ା ହୋଇଥିବା ଦର୍ଶକ ଦେଖିଛନ୍ତି ।

ଅଙ୍କିତା ସବୁଠୁ ଅଧିକ ପାରିଶ୍ରମିକ ନେଇ ପ୍ରତିଯୋଗୀ ସାଜିଥିବା ବେଳେ ବିଗ୍ ବସ୍ ପାଇଁ ତାଙ୍କର ଅବଦାନ ସେତେଟା ଦେଖିବାକୁ ମିଳିନାହିଁ । ଅନେକ ସମୟରେ ସେ ନିଜ ସ୍ୱାମୀଙ୍କ ସହ ହିଁ ଝଗଡ଼ା କରୁଥିବାର ନଜର ଆସିଛନ୍ତି । ଏବେ ଏହି ଝଗଡ଼ା ସୀମା ପାର୍ କରିଛି । ସୋ’ର ଉପସ୍ଥାପକ ତଥା ଅଭିନେତା ସଲମାନ ଖାନ୍ ଦୁହିଁଙ୍କୁ ପରସ୍ପର ପ୍ରତି ଏଭଳି ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି । ହେଲେ ସେମାନେ ସୁଧୁରି ନାହାନ୍ତି । ଆସନ୍ତା ଅଧ୍ୟାୟର ପ୍ରୋମୋରେ ଦେଖାଯାଇଛି ଯେ, ଅଙ୍କିତା ରାଗରେ ସ୍ୱାମୀ ବିକିଙ୍କୁ ଗୋଇଠା ମାରୁଛନ୍ତି । ଏହାର ଏକ ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଚଳିତ ବର୍ଷ ପ୍ରତିଯୋଗୀଙ୍କୁ ୩ଟି ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା ଦିଲ୍‌, ଦିମାଗ୍ ଓ ଦମ୍ । ବିକିଙ୍କ ପ୍ରଦର୍ଶନ ଭଲ ଥିବାରୁ ବିଗ୍ ବସ୍ ତାଙ୍କୁ ଦିଲ୍ ଘରୁ କାଢ଼ି ଦିମାଗ୍ ଘରକୁ ନେବେ ବୋଲି ଘୋଷଣା କରୁଛନ୍ତି । ଏହା ଶୁଣି ବିକି ଖୁସି ହେଉଥିବା ବେଳେ ରାଗି ଯାଉଛନ୍ତି ଅଙ୍କିତା । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବା ସହ ବିକିଙ୍କୁ ଅଙ୍କିତା ଗୋଇଠା ମାରୁଛନ୍ତି ଓ ଖେଳ ପାଇଁ ତୁମେ ମୋତେ ବ୍ୟବହାର କରିଛ ବୋଲି କହୁଛନ୍ତି ।

Comments are closed.