Latest Odisha News

BREAKING NEWS

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା: ପୂର୍ବତନ ପ୍ରେମିକା ଲେଖିଲେ ସତ୍ୟର ବିଜୟ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ବାପା ପାଟାନାରେ ରିୟା ଚକ୍ରବର୍ତିଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଇଛି । ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ ମଧ୍ୟ ସୋସିଆଲ ସାଇଟରେ ସତ୍ୟର ବିଜୟ ବୋଲି ଲେଖିଛନ୍ତି । ସୁଶାନ୍ତ ଆତ୍ମହତ୍ୟା ମାମଲାରେ ରିୟାଙ୍କ ନାମ ସାମନାକୁ ଆସିବା ପରେ ଏବେ ସମସ୍ତଙ୍କ ନଜର ଏହା ଉପରେ ରହିଛି ।  ଅଙ୍କିତାଙ୍କ ଏହି ପୋଷ୍ଟରେ ଲୋକମାନେ କହିଛନ୍ତି ସତ ସବୁବେଳେ ଜିତିଥାଏ । ରିୟାଙ୍କ ବିରୋଧରେ ଦାଖଲ ହୋଇଥିବା ଏଫ୍ଆଇଆରରେ ସୁଶାନ୍ତଙ୍କ ବାପା ଗୁରୁତର ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ସୁଶାନ୍ତଙ୍କୁ ତାଙ୍କ ପରିବାରଠାରୁ ଦୂରେଇବାକୁ ରିୟା ଚେଷ୍ଟା କରିଥିଲେ । ବାରମ୍ବାର ସୁଶାନ୍ତଙ୍କ ନମ୍ବର ବଦଳାଇ ଦେଇଥିଲେ ଯାହାଦ୍ବାରା, ସେ ତାଙ୍କର ପରିବାର ସହ କଥା ହୋଇପାରି ନ ଥିଲେ, ସୁଶାନ୍ତଙ୍କ ଉପରେ ନଜର ରଖିବା ପାଇଁ ସେ ତାଙ୍କର ପୁରା ଷ୍ଟାଫଙ୍କୁ ବଦଳାଇ ଦେଇଥିଲେ । କାରଣ ରିୟାଙ୍କ ନଜର ସୁଶାନ୍ତଙ୍କ ଟଙ୍କା ଉପରେ ଥିଲା ।

BjdElectrycity

ସେ ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ନେଇ ଠକେଇ କରିବାକୁ ଚେଷ୍ଟା କରିଥିଲେ । ସୁଶାନ୍ତଙ୍କ ବାପା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ରିୟା ତାଙ୍କ ପୁଅକୁ ଆତ୍ମହତ୍ୟା କରିବାକୁ ଉକସାଇଥିଲେ ।  ରିୟା ତାଙ୍କୁ ବ୍ଲାକମେଲ କରୁଥିଲେ। ଏହା ମଧ୍ୟ କହୁଥିଲେ, ଯେ ଯଦି ମୋ କଥା ନଶୁଣିବ ମୁଁ ଗଣମାଧ୍ୟମକୁ କହିବି ଯେ ତୁମେ ପାଗଳ । ତା’ପରେ କେହି ତୁମକୁ ଫିଲ୍ମରେ କାମ ଦେବେ ନାହିଁ । ସୁଶାନ୍ତଙ୍କ ପିତାଙ୍କ ଦ୍ୱାରା କରାଯାଇଥିବା ଏହି ଅଭିଯୋଗର ବିହାର ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.