Latest Odisha News

BREAKING NEWS

ଲୋକଙ୍କ ଜୀବନ ରକ୍ଷା ଆମର ପ୍ରଥମ ପ୍ରାଥମିକତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି କରୋନା ସଂକ୍ରମଣ । ଏହାର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଆମର ପ୍ରାଥମିକତା ହେଉଛି ଲୋକଙ୍କ ଜୀବନ ବଂଚାଇବା । ଲୋକଙ୍କ ଜୀବନ ରକ୍ଷାରେ ସମ୍ବଲ କେବେବି ବାଧକ ହେବ ନାହିଁ । କେହି ବି ଚିକିତ୍ସା ସୁବିଧାରୁ ବଂଚିତ ହେବେ ନାହିଁ । ଆଜି କୋଭିଡ୧୯ ସମ୍ପର୍କରେ ସଚେତନତା କର୍ମଶାଳାକୁ ଉଦ୍‌ଘାଟନ କରି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, କୋଭିଡ ଯୋଦ୍ଧା ଦରମା ପାଇଁ କାମ କରୁନାହାନ୍ତି । ଏହି ଲଢ଼େଇକୁ ସେମାନେ ଏକ ମିଶନ ଭଳି ଗ୍ରହଣ କରି ଲୋକଙ୍କ ଜୀବନ ରକ୍ଷା କରି ଚାଲିଛି । ସେମାନଙ୍କ ତ୍ୟାଗ ଓ ନିଷ୍ଠା ସାରା ଓଡ଼ିଶା ପାଇଁ ପ୍ରେରଣା । ସେମାନଙ୍କ ତ୍ୟାଗ ଲାଗି ଆଜି ସାରା ଓଡ଼ିଶାରେ ୧୮ ହଜାରରୁ ଉର୍ଦ୍ଧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଅନ୍ୟ ରାଜ୍ୟ ତୁଳନାରେ ଆମେ ଅଧିକ ଲୋକଙ୍କ ଜୀବନ ରକ୍ଷା କରିଛୁ । ରାଜ୍ୟରେ ପ୍ଲାଜମା ଥେରାପି ସଫଳ ହୋଇଛି । ମହାମାରୀର କୁପ୍ରଭାବ ବିଶ୍ୱସ୍ତରରେ ଅର୍ଥନୀତିକୁ କ୍ଷତିଗ୍ରସ୍ତ କରିଛି । ଓଡିଶା ବିଭିନ୍ନ ଜୀବିକା କାର‌୍ୟ୍ୟକ୍ରମ ତଥା ଶିଳ୍ପ ପାଇଁ କିଛି ନୂଆ ଉଦ୍ୟମ ଜରିଆରେ ଅର୍ଥନୀତିକୁ ଚଳଚଞ୍ଚଳ କରିବା ପାଇଁ ଉଦ୍ୟମ କରିଛି । ଏହା ଫଳପ୍ରଦ ହେବା ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.