Latest Odisha News

BREAKING NEWS

ଆଜି ପବିତ୍ର ଅଁଳା ନବମୀ; କଟକଣା ମଧ୍ୟରେ ସାକ୍ଷୀଗୋପାଳ ମନ୍ଦିରରେ ହେଉଛି ନିତିକାନ୍ତି

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଅଁଳା ନବମୀ। ରାଧାରାଣୀ ଆଜି ଓଡ଼ିଆଣୀ ବେଶରେ ସଜ୍ଜିତ ହେବେ ରାଧା  । ସବୁକିଛି ସାମାନ୍ୟ ଥିଲେ ଆଜି ସାକ୍ଷୀଗୋପାଳ ମନ୍ଦିରରେ ଲାଗିଥାନ୍ତା ଭକ୍ତଙ୍କ ଭିଡ଼। ଜନସମୁଦ୍ର ପାଲଟିଥାନ୍ତା ସାକ୍ଷୀଗୋପଲ ମନ୍ଦିର ପରିସର।

ମାତ୍ର ଚଳିତ ବର୍ଷ ସବୁ ଫିକା। କରୋନା କଟକଣା ପାଇଁ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ଲାଗିଛି ରୋକ  । ସାକ୍ଷୀଗୋପାଳ ମନ୍ଦିର ଚାରିପାଖେ ଜାରି ହୋଇଛି ୧୪୪ ଧାରା । ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ କରିଛନ୍ତି ପ୍ରଶାସନ । ମନ୍ଦିର ଚାରିପାଖର ୨ଶହ ମିଟର ପର୍ଯ୍ୟନ୍ତ ଲାଗୁ ହୋଇଛି ଏହି କଟକଣା । ଚନ୍ଦନପୋଖରୀ ଠାରୁ ସିଦ୍ଧବକୁଳ ଯାଏଁ କଟକଣା ଲାଗୁ କଲା ପ୍ରଶାସନ ।

ଆସନ୍ତା ୨୫ ତାରିଖ ବଡ଼ ଏକାଦଶୀ ଯାଏଁ ଏହି କଟକଣା ରହିବା ନେଇ ସୂଚନା ରହିଛି । ସାକ୍ଷୀଗୋପାଳ ମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ଉପରେ କଟକଣା ଜାରି ହୋଇଛି । କେବଳ ମନ୍ଦିରରେ ସେବାୟତ ମାନେ ଯଥାରୀତି ମନ୍ଦିରରେ ନୀତିକାନ୍ତ ସମ୍ପନ୍ନ କରିବେ।

ରୀତିନୀତି ଅନୁଯାୟୀ ପ୍ରଥମେ ମଙ୍ଗଳା ଆରତୀ, ଅବକାଶ, ନଟବର ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ ପରି ନୀତିକାନ୍ତି କରାଯିବ ବୋଲି ସୂଚନା ରହିଛି।

Comments are closed.