Latest Odisha News

BREAKING NEWS

ମହିଳାଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଏଏନଏମ ଦିଦି ଗିରଫ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଗୁଲୁଗୁଡାରେ ଜଣେ ଏଏନଏମଙ୍କ ଘରୁ ମିଳିଲା ବିପୁଳ ପରିମାଣର ଗଞ୍ଜେଇ। ଏଏନଏମ ଦିଦି ହେଉଛନ୍ତି ଜ୍ୟୋସ୍ନାରାଣୀ ସେଠି। ତାଙ୍କ ଘରୁ ୨ କେଜି ୪୪୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏହା ସହ ଏକ ମୋବାଇଲ୍‌ ଫୋନ୍‌ ମଧ୍ୟ ଜବତ କରିଛି ପଦ୍ମପୁର ପୋଲିସ।

ଏହି ଘଟଣାରେ ମହିଳାଙ୍କୁ ଗିରଫ କରାଯାଇଛି। ସୂଚନା ମୁତାବକ, ଗୁଲୁଗୁଡା ଏଏନଏମଙ୍କ ଘରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ହୋଇ ରଖା ଯାଇଥିବା ନେଇ ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା। ଖବର ପାଇ ତୁରନ୍ତ ତାଙ୍କ ଘରେ ଚଢାଉ କରିଥିଲା।

ଏହି ଚଢାଉ ବେଳେ ଏଏନଏମ ଜ୍ୟୋସ୍ନାରାଣୀ ସେଠିଙ୍କ ଧରୁ ୨ କେଜି ୪୪୦ ଗ୍ରାମ ଗଞ୍ଜେଇ ସହ ଏକ ମୋବାଇଲ୍‌ ଫୋନ୍‌ ଜବତ କରିଛି ପୋଲିସ । ଏହା ସହ ଏଏନଏମ ଜ୍ୟୋସ୍ନାରାଣୀ ସେଠିଙ୍କୁ ଗିରଫ କରିଛି ପଦ୍ମପୁର ପୋଲିସ ।

 

Comments are closed.