ଭୁବନେଶ୍ୱର : ସାଂସଦ ଅପରାଜିତା ଷଡଙ୍ଗୀ ଆଜି ଅନ୍ନପୂର୍ଣ୍ଣା ଟ୍ରଷ୍ଟ ଲୋକର୍ପଣ କରିଛନ୍ତି । ପାଞ୍ଚଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଥା ଅନ୍ତର୍ଜତୀୟ ରୋଟାରୀ ଜିଲ୍ଲା ୩୨୬୨ ଭୁବନେଶ୍ୱର, ସୋ ଆମ୍ ଆଇ ଫାଉଣ୍ଡେସନ୍ ଟ୍ରଷ୍ଟ, ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ୍, ୟୁଥ ଫର ଆକ୍ସନ ଓ ଆର୍ଟ ଅଫ୍ ଲିଭିଙ୍ଗ୍ ଫାଉଣ୍ଡେସନ୍ର ସହଯୋଗରେ ଅନ୍ନପୂର୍ଣ୍ଣା ଟ୍ରଷ୍ଟ ଗଠିତ ହୋଇଛି ।
ଅନ୍ନପୂର୍ଣ୍ଣା ଟ୍ରଷ୍ଟର ଆଭିମୁଖ୍ୟ ରହିଛି ଓଡିଶାକୁ କ୍ଷୁଧାମୁକ୍ତ କରିବା । ଜୀବନ ଜିବୀକା ପାଇଁ ସଂଘର୍ଷରତ ଭୋକ ଉପାସରେ ରହୁଥିବା ଓଡିଶାବାସୀଙ୍କୁ ଖାଦ୍ୟପାଇଁ ଆତ୍ମନିର୍ଭରଶୀଳ କରାଇବା ଏହାର ଉଦ୍ଦେଶ୍ୟ ରହିଛି । ପ୍ରାଥମିକ ପର୍ୟ୍ୟାୟରେ ଏହା ରାଜଧାନୀରେ କାର୍ଯ୍ୟକାରୀ ହେବ । ପରେ ଏହା ସାରା ଓଡିଶାରେ କାମ କରିବ ।
ଏହି ଟ୍ରଷ୍ଟ ପକ୍ଷରୁ ଗତ ନଭେମ୍ବର ମାସରେ ଏକ ସଜ୍ସେ କରାଯାଇଥିଲା । ମୁଖ୍ୟତଃ ରେଳଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ପାଶ୍ୱବର୍ତ୍ତୀ ଓ ବଜାର ଅଞ୍ଚଳକୁ ଏଥିରେ ସାମିଲ କରାଯାଇଥିଲା । ଏହିସବୁ ଅଂଚଳରେ ଲୋକମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଖାଦ୍ୟ ଯୋଗାଇବା ପାଇଁ ବର୍ଷକ ପାଇଁ ଆବଶ୍ୟକ ହେଉଥିବା ପ୍ରାୟ ୪୦ ଲକ୍ଷ ଟଙ୍କା ଓଡିଶା ତଥା ଓଡିଶା ବାହାରେ ଏପରିକି ବିଦେଶରେ ରହୁଥିବା କିଛି ବ୍ୟକ୍ତି କରିଛନ୍ତି । ସାଂସଦ ଅପରାଜିତା ଷଡଙ୍ଗୀ ଏହି ଟ୍ରଷ୍ଟର ମୁଖ୍ୟ ପରାମର୍ଶଦାତା ଅଛନ୍ତି ।
Comments are closed.