Latest Odisha News

BREAKING NEWS

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିଆରଏସ୍ ଅଧିକାରୀ

ବାଲେଶ୍ବର: ବାଲେଶ୍ବର ରେମୁଣା ବ୍ଲକ ଅନ୍ତର୍ଗତ ଦୁର୍ଗାଦେବୀ ଗ୍ରାମ ପଞ୍ଚାୟତର ଜିଆରଏସ୍ ହେମନ୍ତ କୁମାର ପଢିଆରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ, ମୟୁରଭଞ୍ଜର ବଡ଼ସାହି ଥାନା ଅନ୍ତର୍ଗତ ନୂଆହାଟର ପୂର୍ଣ୍ଣ ଚନ୍ଦ୍ର ବିନ୍ଧାଣୀଙ୍କ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ସମ୍ପୃକ୍ତ ଅଧିକାରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ।

ଅଭିଯୋଗକାରୀଙ୍କ କହିବାନୁସାରେ, ଓ୍ବେଲଡିଂ ଓ୍ବାର୍କସପ୍ ସମ୍ପର୍କିତ ଏକ କପ୍ଲେସନ୍ ରିପୋର୍ଟ ପାଇଁ ସେ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯାହା ପରେ ପୂର୍ଣ୍ଣ ଚନ୍ଦ୍ର ଏନେଇ ଭିଜିଲାନ୍ସକୁ ଜଣାଇଥିଲେ ।

ତେବେ ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ବାଲେଶ୍ବର ଡିଭିଜନର ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । ପରେ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରିଛି।

 

 

Leave A Reply

Your email address will not be published.