Latest Odisha News

BREAKING NEWS

ସ୍ୱାମୀ ସ୍ୱରୂପାନନ୍ଦଙ୍କ ଉତରାଧିକାରୀଙ୍କ ନାମ ଘୋଷଣା

ଭୋପାଳ: ଦ୍ୱାରକା ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ନିଧନ ପରେ କିଏ ତାଙ୍କ ଉତରାଧିକାରୀ ହେବ ସେ ନେଇ କଳ୍ପନା ଜଳ୍ପନା ଚାଲିଥିଲା । ସୋମବାର ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ଭାବେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ଓ ସ୍ୱାମୀ ସଦାନନ୍ଦ ସରସ୍ୱତୀଙ୍କୁ ଶାରଦା ପୀଠର ଶଙ୍କରାଚାର୍ଯ୍ୟ ଭାବେ ଘୋଷଣା କରାଯାଇଛି । ଶଙ୍କରାଚାର୍ଯ୍ୟଙ୍କ ବ୍ୟକ୍ତିଗତ ସଚିବ ସ୍ୱାମୀ ସ୍ୱରୂପାନନ୍ଦଙ୍କ ପାର୍ଥୀବ ଶରୀର ନିକଟରେ ଏହି ଘୋଷଣା କରିଥିଲେ । ପରେ ସର୍ବ ସାଧାରଙ୍କୁ ଏ ସମ୍ପର୍କରେ ଜଣାଇ ଦିଆ ଯାଇଥିଲା । ରବିବାର ସ୍ୱାମୀ ସ୍ୱରୂପାନନ୍ଦଙ୍କ ୯୯ ବର୍ଷ ବୟସରେ ପରଲୋକ ହୋଇଥିଲା ।

BjdElectrycity

ଆଜି ମଧ୍ୟପ୍ରଦେଶର ନରସିଂହପୁର ପରମହଂସୀ ଗଙ୍ଗା ଆଶ୍ରମରେ ତାଙ୍କୁ ରୀତିନୀତି ଅନୁସାରେ ସମାଧୀ ଦିଆଯାଇଛି । ସ୍ୱାମୀଜୀଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ଏଠାରେ ପ୍ରବଳ ଭୀଡ ବଢ଼ିବାରେ ଲାଗିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।

Leave A Reply

Your email address will not be published.