Latest Odisha News

BREAKING NEWS

‘କଫି ୱିଥ୍ କରନ’ରେ ନଜର ଆସିବେ ଅନିଲ କପୁର ଏବଂ ବରୁଣ ଧାୱନ

ମୁମ୍ବାଇ: ଗ୍ଲାମର ୱାର୍ଲଡରେ ଯିଏ ଯେତେ ୟଙ୍ଗ ରୁହେ ତାର ଚାହିଦା ସେତେ ବଢେ। ବିଶେଷ କରି ଫିଲ୍ମି ଦୁନିଆରେ ଲୁକ ଉପରେ ଚାଲିଛି ବହୁତ ଚର୍ଚ୍ଚା। ଏଥର ଅନିଲ କପୁର ଏବଂ ବରୁଣ ଧାୱନ ‘କଫି ୱିଥ୍ କରନ’ ଶୋ’ରେ କରନ ଜୋହରଙ୍କ ଅତିଥି ହେବାକୁ ଯାଉଛନ୍ତି। ଆଉ ଏହି ଶୋରେ ଅନିଲଙ୍କ ୟଙ୍ଗ ରହିବା ଉପରେ ହୋଇଛି ଆଲୋଚନା। ଯେଉଁଥିଲାଗି ଚର୍ଚ୍ଚାର ଶୀର୍ଷରେ ପହଞ୍ଚିଛନ୍ତି ଅନିଲ କପୁର।

କରନ ଜୋହର ଏହି ଶୋ’ର ଏକ ପ୍ରୋମୋ ସେୟାର କରିଛନ୍ତି, ଯାହାକୁ ଦେଖି ଫ୍ୟାନ୍ସ ଉତ୍ସାହିତ ହୋଇଛନ୍ତି। ଅନେକ ଲୋକ ମନ୍ତବ୍ୟ ବିଭାଗରେ ଲେଖିଛନ୍ତି ଯେ ଏପିସୋଡ୍ ଦେଖିବାକୁ ପଡିବ। ତେବେ ଏହି ଶୋ’ରେ ଅନୀଲ କପୁର ୟୋଙ୍ଗ ଦେଖାଯିବାର ରହସ୍ୟ ସେୟାର କରିଛନ୍ତି। ଏହି ସମୟରେ ବରୁଣ ଧାୱନ ମାମୁଁ ଅନିଲଙ୍କ ଆଗରେ ଅର୍ଜୁନ କପୁରଙ୍କ ନାଁରେ ଖିଚାଇ କରିଛନ୍ତି।

ନିକଟରେ ଫିଲ୍ମ ‘ଯୁଗ ଯୁଗ ଜିଓ’ ରେ ବରୁଣ ଧାୱନ ଏବଂ ଅନିଲ କପୁରଙ୍କ ଯୋଡି ନଜର ଆସିଥିଲା। ବର୍ତ୍ତମାନ ଦୁହେଁ କରନ ଜୋହରଙ୍କ ଚାଟ୍ ଶୋ’ରେ ଅତିଥି ଭାବରେ ପହଞ୍ଚିଥିବାର ନଜର ଆସିଛି। କରନ ସେୟାର କରିଥିବା ପ୍ରୋମୋରେ ଦେଖିବାକୁ ମିଳିଛି ଯେ କରନ ଅନିଲ କପୁରଙ୍କ ସହିତ ତାଙ୍କ ଯୁବ ଚେହେରା ଉପରେ ଆଲୋଚନା କରୁଛନ୍ତି। ଆଗାମୀ ଏପିସୋଡରେ କରନ ଜୋହର ତାଙ୍କୁ ଏ ବିଷୟରେ ପ୍ରଶ୍ନ କରୁଥିବା ଦେଖିବାକୁ ମିଳିବ।

ଏହି ପ୍ରୋମୋ ଅନୁଯାୟୀ କରନ ଅନିଲଙ୍କୁ ପଚାରିଥିଲେ, ଏପରି ତିନୋଟି ଜିନିଷ କୁହନ୍ତି ଯେଉଁଥିପାଇଁ ଆପଣ ନିଜକୁ ୟୋଙ୍ଗ ଫିଲ କରାଏ। ଅନିଲ ଉତ୍ତର ଦିଅନ୍ତି, ‘ସେକ୍ସ, ସେକ୍ସ, ସେକ୍ସ’। ଅବଶ୍ୟ, ପରେ ସେ ସ୍ପଷ୍ଟ କରିଛନ୍ତି ଯେ ସବୁକିଛି ସ୍କ୍ରିପ୍ଟେଡ ହୋଇଛି। ଅନିଲଙ୍କ ଉତ୍ତର ଶୁଣି ବରୁଣ ଆଶ୍ଚର୍ଯ୍ୟ ହୋଇଗଲେ ।

କରନଙ୍କ ପ୍ରଶ୍ନ ଉପରେ, ବରୁଣ ସେଲଫି ଅବସେଡ, ଗପସପ କରିବା, ଭୁଲ ସ୍କ୍ରିପ୍ଟ ବାଛିବା ଏବଂ ଅପରିଚିତ ବ୍ୟକ୍ତିଙ୍କ ସହ ଫ୍ଲର୍ଟିଂ ପାଇଁ ଅର୍ଜୁନ କପୁରଙ୍କ ନାମ ନେଇଛନ୍ତି। ଅନିଲ ଏହା ଉପରେ କୁହନ୍ତି, ମୋ ଭଣଜା ସମ୍ପର୍କରେ ଏପରି କୁହନାହିଁ। ଏହି ଧାରାବାହିକରେ ଅନିଲ କପୁର ଏବଂ ବରୁଣ ଧାୱନୃ ନାଚୁଥିବାର ନଜର ଆସିଛନ୍ତି। ଲୋକମାନେ କରନଙ୍କ ଭିଡିଓରେ ଏହି ପ୍ରମୋକୁ ପ୍ରଶଂସା କରିଛନ୍ତି। ଏନେଇ ଫ୍ୟାନ୍ସ ଲେଖିଛନ୍ତି, ଏହି କାର୍ଯ୍ୟକ୍ରମଟି ମଜାଦାର ହେବ। କାଜୋଲଙ୍କ ଭଉଣୀ ତନିଶା ମୁଖାର୍ଜୀଙ୍କ ମଧ୍ୟ ଲେଖିଛନ୍ତି ଯେ ଏହି କାର୍ଯ୍ୟକ୍ରମଟି ନିଶ୍ଚିତ ଦେଖିବା ଆବଶ୍ୟକ।

Leave A Reply

Your email address will not be published.